Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅବସରକାଳୀନ ସମ୍ବର୍ଦ୍ଧନା ସଭା ।

ଅବସରକାଳୀନ ସମ୍ବର୍ଦ୍ଧନା ସଭା ।

ପଦ୍ମପୁର-ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ରେ ଶ୍ରୀମତୀ ଲୋଭାଦିନୀ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ଲୋଭାଦିନୀ ସାହୁ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି ।ଏହି ସଭା ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ଏବଂ ସମ୍ମାନିତଅତିଥି ଭାବେ ଚନ୍ଦ୍ରଭାନୁ ପ୍ରଧାନ ,ସୁଶାନ୍ତ ସାହୁ ଏବଂ ଆହ୍ଲାଦିନୀ ପଣ୍ଡା ଯୋଗଦେଇଥିଲେ।ପ୍ରଥମେ ମୁଖ୍ୟ ଅତିଥି ଙ୍କ ଦ୍ବାରା ଶ୍ରୀ ଗଣେଶ ଓ ମା ସରସ୍ବତୀ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରାଯାଇଥିଲା ଓ ବିଦ୍ୟାଳୟ ଛାତ୍ର ଙ୍କ ଦ୍ଵାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା ।

ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,ଛାତ୍ର ତଥା ଅନ୍ୟାନ୍ୟ କର୍ମଚାରୀ ପ୍ରଧାନ ଶିକ୍ଷକ ଙ୍କ କର୍ମତତ୍ପରତା,ସହଯୋଗ ମନୋବୃତ୍ତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ରେ କାର୍ଯ୍ୟକାଳ ର ଅନୁଭୂତି ଆଦି ର ସ୍ମୃତିଚାରଣ କରିଥିଲେ।ବିଦ୍ୟାଳୟ ର ଶିକ୍ଷକ ଅଭିଳାଷ ସାହୁ ଙ୍କ ସଂଯୋଜନା ରେ ସଭା ପରିଚାଳିତ ହୋଇଥିଲା ।ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀମତୀ ଲୋଭାଦିନୀ ସାହୁ ବରିଷ୍ଠ ଶିକ୍ଷକ ଶ୍ରୀ ଅଭିଳାଷ ସାହୁଙ୍କୁ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ପ୍ରଦାନ କରିବା ସହ ଉକ୍ତ ବିଦ୍ୟାଳୟ ର ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିବାକୁ ଦାୟିତ୍ଵ ପ୍ରଦାନ କରିଥିଲେ ।ଶେଷରେ ବିଦାୟ ସଂଗୀତ ଛାତ୍ର ମାନଙ୍କ ଦ୍ବାରା ଗାନ କରାଯାଇଥିଲା ।

ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଶ୍ରୀ ମୋହନ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟ ର ପ୍ରଭାସିନୀ ସା,ତୃପ୍ତିମୟୀ ଝଗରା,ରୁଦ୍ରାଙ୍ଗଦ ବାରିକ,ପ୍ରୀତିରଶ୍ମୀ ସେଠ୍,ମଧୁସ୍ମିତା ବର୍ଗେ,ସଂଗ୍ରାମ କେଶରୀ ଦୀପ,ଅମୃତା ବାରିକ,ଚନ୍ଦନ ନାୟକ,ବୃନ୍ଦାବନ ଦାଶ,ଅମ୍ବିକା ରଥ,ଚନ୍ଦ୍ରଶେଖର ଭୋସାଗର,ସୁନୀତା ଖମାରୀ,ହରେକୃଷ୍ଣ ମେହେର, ,ଦୀପକ କୁମାର ତିଓ୍ୱାରୀ, କୃଷ୍ଣଚନ୍ଦ୍ର ପଧାନ ,ନିରୁପମା ଭୋଇ,ଏବଂ ନନ୍ଦିନୀ ବାଗ୍ ସଭାର ସଫଳ ଆୟୋଜନ ନିମନ୍ତେ ସହଯୋଗ କରିଥିଲେ ।

error: Content is protected !!