ପଦ୍ମପୁର- ଅଧିକ ଲାଭ ପାଇବା ଆଶାରେ ଅସାଧୁ ମହୁଲଫୁଲ ବ୍ୟବସାୟୀ ମାନେ ସରକାରୀ ଟିକସ ପଇଠ ନ କରି ପଡୋଶୀ ଛତିଶଗଡକୁ ମହୁଲଫୁଲ ଚୋରାଚାଲାଣ କରିଥାନ୍ତି । ଏହି ଚୋରାଚାଲଣ ରୋକିବା ପାଇଁ ଅବକାରୀ ବିଭାଗ ଗୁଇନ୍ଦା ସଂସ୍ଥା ପକ୍ଷରୁ ପଦମପୁର ଉପଖଣ୍ଡ ବିଭିନ୍ନ ଅଂଚଳରେ ଚଢାଉ କରାଯାଇଥିଲା । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ସନଦାଦର ଅଂଚଳରୁ ଛତିଶଗଡକୁ ମହୁଲ ଫଲ ଚୋରାଚାଲାଣ ବେଲେ ଶକ୍ତି ଠାରେ ଅବକାରୀ ବିଭାଗ ଗୁଇନ୍ଦା ସଂସ୍ଥା ଚଢାଉ କରି ଏକ ଟ୍ରକ (ସିଜି ୦୪ ଜେ ୬୧୮୯) ଜବତ କରିଥିଲା ସେହି ଟ୍ରକରୁ ୧୩ କ୍ୱିଣ୍ଟାଲ ୨୦ କେଜି ମହୁଲଫୁଲ ଜବତ କରି ମୁକେଶ ବିଶି ନାମକ ଜଣେ ବ୍ୟକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ସୂଚନା ଦେଇଛି । ସେହିପରି ପାଇକମାଲ ଥାନା ପାଇକମାଲ ଠାରେ ଅବକାରୀ ଗୁଇନ୍ଦା ସଂସ୍ଥା ଚଢାଉ କରି ଏକ ପିକଅପ ସହ ୨୩ କ୍ୱିଣ୍ଟାଲ ମହୁଲଫୁଲ ଜବତ କରିବା ସଜ କାର୍ତ୍ତିକ ଜଗତ,ସିଶିଲ ପାଣ୍ଡେ ଓ ଶେଷଦେବ ଝରିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଚୋରାଚାଲାଣ ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଚଢାଉ ଜାରିବ ରହିବ ବୋଲି ସୂଚନା ଦେଇଛନ୍ତି ।