Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ।

ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସଭାଗୃହରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାଏକ, ବ୍ଲକ ଅଧ୍ଯକ୍ଷା ଗୀତାଞ୍ଜଳି ନାଏକ, ଉପାଧ୍ୟକ୍ଷ ଅନନ୍ତ ମେହେର, ତହସିଲଦାର ବ୍ରଜକିଶୋର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁଙ୍କ ସମେତ ବ୍ଲକର ୨୪ଗୋଟି ପଞ୍ଚାୟତର ସରପଂଚ, ସମିତି ସଭ୍ଯ, ସମିତି ସଭ୍ଯା, ଜିଲ୍ଲା ପରିଷଦ ସଭ୍ଯ, ସଭ୍ଯା ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜିଠୁ ଲାଗୁ ହେବାକୁ ଯାଉଥିବା ତିନୋଟି ନୂଆ ଆଇନ ବିଷୟରେ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ବୁଝାଇଥିଲେ। ସେ କହିଥିଲେ ଯେ ଏହି ନୁଆଁ ଆଇନରେ ଗରୀବଙ୍କୁ ଆଶ୍ବସ୍ତି ମିଳିବ।

ଏବେ ବିନା ଓକିଲରେ ଜେଲରୁ ବାହାରି ପାରିବେ ଗରିବ ଲୋକେ। ତେବେ ବେଳେ ବେଳେ ଟଙ୍କା ଅଭାବରୁ ଜେଲରେ ରହିଥିବା ଗରିବ ଲୋକଟିଏ ନିଜର ପକ୍ଷ ପାଇଁ ଅର୍ଥାଭାବ କାରଣରୁ ଓକିଲ ନିୟୋଜିତ କରିପାରନ୍ତି ନାହିଁ। ଯେଉଁ କାରଣରୁ ତାଙ୍କର ପକ୍ଷ ନ ରଖିପାରି ସେମାନଙ୍କୁ ଜେଲରେ ହିଁ ଦିନ ବିତାଇବାକୁ ପଡିଥାଏ।

error: Content is protected !!