ପଦ୍ମପୁର- ପଦ୍ମପୁର ସହରର ବଡ଼ବନ୍ଧର ଉନ୍ନତି ଓ ସୌନ୍ଦର୍ଯ୍ୟ ପାଇଁ ବିଭିନ୍ନ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି । ବଡ଼ବନ୍ଧ ଠାରେ ସନ୍ଧ୍ୟା ସମୟରେ ପ୍ରାୟତଃ ଜନସମାଗମ ଅଧିକ ରହୁଛି । ଲୋକ ମାନେ ନିଜ ପରିବାର ଲୋକଙ୍କ ସହ କିଛି ସମୟ ଅତିବାହିତ କରିବା ପାଇଁ ଏଠାକୁ ଆସୁଛନ୍ତି ।
ପିଲାମାନଙ୍କ ଖେଳିବା ପାଇଁ ସୁବ୍ୟବସ୍ଥା ରହିଛି । ବଡ଼ବନ୍ଧ ହିଡରେ ସୌନ୍ଦର୍ଯ୍ୟ କରଣ ପାଇଁ ଗୋଟିଏ ସେଲଫି ପଏଣ୍ଟ ତିଆରି ହୋଇଛି । ହେଲେ ତାହା ସନ୍ଧ୍ୟା ସମୟରେ ଅକାମି ହୋଇ ପଡୁଛି । ଏହି ସେଲଫି ପଏଣ୍ଟରେ ଇଲେକ୍ଟ୍ରି ସଂଯୋଗର ବ୍ୟବସ୍ଥା ହୋଇଥିଲେ ମଧ୍ଯ ଠିକା ସଂସ୍ଥା ଏହାକୁ ଆଜିଯାଏଁ ସମ୍ପୂର୍ଣ୍ଣ କରିନାହିଁ ।
ଅନ୍ଧାରରେ ସେଲଫି ପଏଣ୍ଟ ପଡି ରହୁଥିବା କାରଣରୁ ଆସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳ ପାଳଟିଛି । ସନ୍ଧ୍ୟା ହେଲେ ଏହିସବୁ କାରଣରୁ ସେଲଫି ପଏଣ୍ଟରୁ ମୁହଁ ଫେରାରଥିବା ଦେଖିବାକୁ ମିଲୁଛି । ଏନଏସି ପ୍ରଶାସନ ଏହି ସମସ୍ୟାର ସମାଧାନ କଲେ ଯେଉଁ ଉଦ୍ଦେଶ୍ଯରେ ତିଆରି ହୋଇଛି ତାହା ସାର୍ଥକ ହୋଇ ପାରିବ ।