Saturday, March 7, 2026
Homeରାଜ୍ୟଅନାସ୍ଥା ସ୍ଥଗିତ ପାଇଁ ବିଡ଼ିଓଙ୍କୁ ଦାବିପତ୍ର ଦେଲେ ଗାଇସିଲେଟ ସରପଞ୍ଚ ସଂଘ ।

ଅନାସ୍ଥା ସ୍ଥଗିତ ପାଇଁ ବିଡ଼ିଓଙ୍କୁ ଦାବିପତ୍ର ଦେଲେ ଗାଇସିଲେଟ ସରପଞ୍ଚ ସଂଘ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଉର୍ମିଲା ସେଠଙ୍କୁ ୱାର୍ଡ ସଭ୍ୟ ସଭ୍ୟା ମାନେ ଅନେକ ଅଭିଯୋଗ ଦେଇ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ଯେଉଁଥିରେ ଉଲ୍ଲେଖ ଅଛି ସରପଞ୍ଚଙ୍କ ସ୍ବାମୀ ମଦ୍ୟପାନ କରି ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ଗାଳି ଗୁଲଜ କରୁଥିଲେ ଓ ସରପଞ୍ଚ ଲକ୍ଷାଧିକ ଟଙ୍କା ହେର ଫେର କରିଛନ୍ତି ।

କିନ୍ତୁ ଏହା ସଂପୂଣ୍ଣ ମିଥ୍ୟା ବୋଲି ସରପଞ୍ଚ ଉର୍ମିଲା ସେଠ ପ୍ରକାଶ କରିଛନ୍ତି । ଯଦି ୱାର୍ଡ ସଭ୍ୟ ସଭ୍ୟାଙ୍କ ଅଭିଯୋଗ ସତ୍ୟ ଅଟେ ତେବେ ପୂର୍ବରୁ ତାଙ୍କ ସ୍ବାମୀଙ୍କ ନାମରେ କାହିଁକି ଥାନାରେ ଅଭିଯୋଗ କଲେ ନାହିଁ । ଯଦି ସରପଞ୍ଚ ଲକ୍ଷାଧିକ ଟଙ୍କା ହେର ଫେର କରିଛନ୍ତି ତେବେ ତାହା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିନା ଅନୁମତିରେ ସମ୍ଭବ ହେଲା କିପରି । ତେଣୁ ଏ ସବୁ ବିଷୟରେ ତଦନ୍ତ କରିବା ନିହାତି ଆବଶ୍ୟକ ଅଟେ ।

ଏ ସବୁ ମିଥ୍ୟା ଅଭିଯୋଗକୁ ସହ୍ୟ କରି ନ ପାରି ସରପଞ୍ଚ ଶ୍ରୀମତୀ ସେଠ ଗତକାଲି ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ଗାଇସିଲେଟ ପୋଲିସ ଓ ତାଙ୍କ ପରିବାର ତାଙ୍କୁ ପଦ୍ମପୁର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରିଥିଲେ ।

ବର୍ତମାନ ସେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ଏଣୁ ଆଜି ଗାଇସିଲେଟ ସରପଞ୍ଚ ସଂଘ ଆସନ୍ତା ୧୨ ତାରିଖ ରେ ଥିବା ଅନାସ୍ଥା ଭୋଟ କୁ ସ୍ତଗିତ କରି ପରବର୍ତ୍ତୀ ସମୟରେ ଏହାର ତଦନ୍ତ କରି ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଗାଇସିଲେଟ ବିଡିଓ ଲକ୍ଷ୍ମଣ ମାଝୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

error: Content is protected !!