Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିଅତାବିରା ସରସ୍ବତୀ କଲ୍ୟାଣ ମଣ୍ଡପରେ ପବିତ୍ର ଗୁରୁ ଦିବସ ।

ଅତାବିରା ସରସ୍ବତୀ କଲ୍ୟାଣ ମଣ୍ଡପରେ ପବିତ୍ର ଗୁରୁ ଦିବସ ।

ଅତାବିରା(ସୁରେନ୍ଦ୍ର କଠାର)-ଆଜି ପବିତ୍ର ଗୁରୁଦିବସ | ଗୁରୁ ଶିଷ୍ୟ ପରମ୍ପରା ବହୁ ପ୍ରାଚୀନ |ବିଦ୍ୟାର୍ଥୀ ଉଚିତ ମାର୍ଗଦର୍ଶକ ହେଉଛନ୍ତି ଗୁରୁ |ଗୁରୁକଂ ଅବଦାନକୁ ସମ୍ମାନ ଓ ସ୍ମରଣ କରିବା ଲାଗି ପ୍ରତିବର୍ଷ ସେପ୍ଚେମ୍ବର ୫ ତାରିଖ ରେ ପାଳନ କରାଯାଏ ଗୁରୁ ଦିବସ |ଆଜି ଗୁରୁବାର ଦିନ ସକାଳ ଦଶଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅତାବିରା ସରସ୍ଵତୀ ମଣ୍ଡପ ଅତାବିରା ଠାରେ ଅତାବିରା ପ୍ରାଥମିକ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ପବିତ୍ର ଗୁରୁଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ମଞ୍ଚାସିନ ଥିଲେ ସଭାର ସଭାପତି ମିଶ୍ରାଣୀ କୁମ୍ଭାର, ମୁଖ୍ୟ ଅତିଥି ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନୀତ ଅତିଥି ରୂପେ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ଏବିଇଓ ରବୀନ୍ଦ୍ର କୁମାର ସାହୁ, ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ।

ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପ୍ରଭୁ ଗଣେଶ ଓ ସରସ୍ଵତୀ ଙ୍କ ଫଟୋ ରେ ଦୀପ ପ୍ରଜ୍ବଳନ ସହ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା । ଏହି ଅବସରରେ ଚଳିତ ବର୍ଷ ଅବସର ନେଇଥିବା ଚବିଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନପତ୍ର,ଉପଢ଼ୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯିବା ସହ ପୂର୍ବରୁ ଅବସର ଗ୍ରହଣ କରିଥିବା ଦୁଇଶହ ଚଉବନ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଫୁଲ ଚନ୍ଦନରେ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସନ୍ତୋଷ କର,ମନୋରଞ୍ଜନ ମିଶ୍ର , ନନ୍ଦିଘୋଷ ଭୁଏ, ଧ୍ରମେନ୍ଦ୍ର ପତି,କେଶବ ଛନ୍ଦ,ନୃପ ଭୋଇ,ଅର୍ଜୁନ ଚନ୍ଦ୍ର ପରିଡ଼ା,ବିରେନ୍ଦ୍ର କୁମାର ଭୋଇ, ପ୍ରମୋଦ କୁମାର ଭୋଇ , ଅଳକା ଦାସ, ଅଞ୍ଜଳି ପ୍ରଧାନ,ସୁଜାତା ପ୍ରଧାନୀ, ରୁଚିଶ୍ମିତା ସାହୁ, ଉଷାରାଣୀ ସାମନ୍ତ ପ୍ରମୁଖ ସହଯୋଗ କରିଥିଲେ । ଧନ୍ୟବାଦ୍ ଦେଇଥିଲେ ପ୍ରକାଶ ଚନ୍ଦ୍ର ଦୋରା ।

error: Content is protected !!