Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅତାବିରା ରେ ଈଦ-ଓଲ୍-ଫିତର୍ ପର୍ବ ପାଳନ ।

ଅତାବିରା ରେ ଈଦ-ଓଲ୍-ଫିତର୍ ପର୍ବ ପାଳନ ।

ଅତାବିରା – ଅତାବିରା ମୁସଲିମ ସମାଜ ତରଫରୁ , ଅତାବିରା ଈଦଗାହ ରେ ସମାନତା ଓ ସୌହାର୍ଦ୍ଦ୍ୟ ର ପର୍ବ ଈଦ-ଓଲ୍-ଫିତର୍ ପର୍ବ ପାଳନ କରାଗଲା । ରମଜାନ୍ ମାସରେ ଲଗାତାର ତିରିଶ ଦିନ ପର୍ଯ୍ୟନ୍ତ ଉପବାସ ରହି, ପ୍ରତିଦିନ “ତରାବୀ ନମାଜ୍” ସାମୁହିକ ଭାବେ ମସଜିଦ୍ ରେ ପାଠ୍ କରାଯାଏ ଏବଂ ରମଜାନ୍ ମାସରେ ସମସ୍ତେ ନିଜ ନିଜ ର ରୋଜଗାର ଓ ଧନ ସମ୍ପତ୍ତି ର ସଞ୍ଚୟ ଅନୁସାରେ “ସଦକା, ଫିତରା ଓ ଜକାତ୍ ” ନାମରେ ଦାନ କରନ୍ତି । “ସଦକା” ନାମରେ ସମସ୍ତେ ନିଜ ମନଖୁସୀ ଅନୁସାରେ କପଡ଼ା, ଲୁଗାପଟା,ଖାଦ୍ୟ,ଟଙ୍କା-ପଇସା ଗରୀବ ଲୋକଙ୍କୁ ସାହାଯ୍ଯ ଅର୍ଥେ ଦାନ କରନ୍ତି ଓ “ଫିତରା” ନାଁ ରେ ସମସ୍ତେ ନିଜ ପରିବାର ସଦସ୍ୟଙ୍କ ସଂଖ୍ୟା ଅନୁସାରେ , ମୁଣ୍ଡ ପିଛା ସତ୍ତୁରୀ ଟଙ୍କା ଲେଖାଏ ବାହାର କରି , ଗରୀବ ଲୋକଙ୍କୁ ଦାନ କରାଯାଏ। ଏବଂ ସେହିପରି “ଜକାତ” ନାମରେ ପ୍ରତ୍ୟେକ ବ୍ୟକ୍ତି ନିଜର ରୋଜଗାର ଓ ଜମା ସମ୍ପତ୍ତି ର 2.5% ଭାଗ ଗରୀବ ଓ ଅସହାୟ ପରିବାର ଅଥବା ବ୍ୟକ୍ତି କୁ ଦାନ କରିବା ପାଇଁ ବାଧ୍ୟତାମୂଳକ ଅଟନ୍ତି । ଏହି ଈଦ-ଓଲ୍-ଫିତର୍ ନମାଜ ପାଠ କରିବା ପୂର୍ବରୁ ନିଜର “ସଦକା, ଜକାତ, ଓ ଫିତରା” ଦାନ ସମ୍ପୁର୍ଣ୍ଣ ଭାବେ କରିବା ପାଇଁ ସମସ୍ତ ମୁସଲିମ୍ ବ୍ୟକ୍ତି ବାଧ୍ଯ । ଏହା ହେଉଛି ପର୍ବ “ଈଦ-ଓଲ୍-ଫିତର” ର ପ୍ରକୃତ ଅର୍ଥ । ଆଜି ଅତାବିରାରେ ଖୁସୀ ଓ ଉଲ୍ଲାସର ସହିତ ଈଦ-ଓଲ୍-ଫିତର୍ ପର୍ବ ପାଳନ କରାଗଲା । ଏହି ଅବସରରେ ଅତାବିରା ମୁସଲିମ ସମାଜ ଓ ସମାଜର ଦାୟିତ୍ବବାନ ବ୍ୟକ୍ତି ଉପସ୍ଥିତ ରହି, ହାଫିଜ ଆରିଫ ରଜାଙ୍କ ଅନୁଆଇ ରେ ନମାଜ ପାଠ କରି, ପରସ୍ପର ସହିତ ଗଳା ମିଳି, ଈଦ-ଓଲ୍-ଫିତର୍ ପର୍ବ ପାଳନ କରାଗଲା ।

error: Content is protected !!