Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିଅତାବିରା ମହାବିଦ୍ୟାଳୟରେ ପୁରାତନ ଛାତ୍ର ସଂଗଠନର ପ୍ରଥମ ବୈଠକ ।

ଅତାବିରା ମହାବିଦ୍ୟାଳୟରେ ପୁରାତନ ଛାତ୍ର ସଂଗଠନର ପ୍ରଥମ ବୈଠକ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ଅତାବିରା ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଅଧକ୍ଷ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପ୍ରଧାନ ଙ୍କ ସଭାପତିତ୍ବରେ ଏବଂ ଶ୍ରୀ ସୂର୍ଯ୍ୟନାରାୟଣ ବିଶ୍ୱାଳ ଙ୍କ ସଂଯୋଜନାରେ ଅତାବିରା ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଏବଂ କର୍ମଚାରୀ ଙ୍କ ଉପସ୍ଥିତିରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ସଭାରେ ଉପସ୍ଥିତ ରହିଥିବା ପୁରାତନ ଛାତ୍ର ସେମାନଙ୍କ ବହୁମୂଲ୍ୟ ମତାମତ ରଖିଥିଲେ | ପୁରାତନ ଛାତ୍ର ସଂଗଠନକୁ କିଭଳି ସୁଦୃଢ଼ କରିବେ ଏବଂ ମହାବିଦ୍ୟାଳୟର ଉନ୍ନତି କରିବାରେ କିଭଳି ସେମାନଙ୍କ ଭୂମିକା ଅଗ୍ରଣୀ ରହିବ ସେବିଷୟରେ ଆଲୋଚନା ହୋଇଥିଲା |

ସମସ୍ତ ଛାତ୍ରଛାତ୍ରୀମାନେ ନିଜ କଲେଜ କିଭଳି ଉନ୍ନତି ମାନର ହୋଇପାରିବ ସେ ବିଷୟରେ ଚିନ୍ତା କରୁଥିବା ଦେଖି ଗୁରୁ ହିସାବରେ ଆମେ ବହୁତ ଖୁସି ଅନୁଭବ କରୁଅଛୁ ଏବଂ କଲେଜରେ କିଭଳି ଆହୁରି ଉନ୍ନତ ଧରଣର ପାଠ ପଢ଼ା ହେବ, ସାମାଜିକ କାର୍ଯ୍ୟକ୍ରମ ମାନେ ହେବ ସେଥିରେ ପୁରାତନ ଛାତ୍ରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି | ଏହି ବୈଠକରେ ପୁରାତନ ଛାତ୍ର ଶ୍ରୀ ଅରୁନ ତ୍ରିପାଠୀ, ମାନଭଂଜନ ପ୍ରଧାନ, ଯତୀନ ପ୍ରଧାନ, ଖିରୋଜ ନାୟକ, ଅଭିନାଶ ବାରିକ, ଦିଲୀପ ଅଗ୍ରୱାଲ, ବିଜୟ ପ୍ରଧାନ, ସୁକୁମାର ଖମାରି, ସନ୍ଦୀପ ପ୍ରଧାନ, ଦୁର୍ଲଭ ଗଡ଼ତିଆ, ସଂଜୀବ ଦାସ, ଝସକେତନ ଦେବତା, ସରୋଜ ଦାସ ସଭ୍ୟବୃନ୍ଦ ଉପସ୍ଥିତ ରହିଥିଲେ |

ଉକ୍ତ ସଂଗଠନର ଆଗାମୀ ସାଧାରଣ ବୈଠକ ଆସନ୍ତା ସେପ୍ଟେମ୍ବର ୨୮ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବାପାଇଁ ସ୍ଥିର କରାଯାଇଛି | ଏଣୁ ଅତାବିରା ମହାବିଦ୍ୟାଳୟର ସ୍ନାତକ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଗାମୀ ବୈଠକରେ ଉପସ୍ଥିତ ରହିବାପାଇଁ ଏବଂ ସଦସ୍ୟ ହେବାପାଇଁ ମହାବିଦ୍ୟାଳୟ ତରଫରୁ ଅନୁରୋଧ କରାଯାଉଛି | ସଭା ଶେଷରେ ଅଧକ୍ଷ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ |

error: Content is protected !!