Saturday, March 7, 2026
Homeରାଜନୀତିଅତାବିରା ବ୍ଲକରେ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ହେଉଥିବା ଅଭିଯୋଗ।

ଅତାବିରା ବ୍ଲକରେ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ହେଉଥିବା ଅଭିଯୋଗ।

ଅତାବିରା-ବରଗଡ ଜିଲ୍ଲା ଅତାବିରା ବ୍ଲକର ବିଭିନ୍ନ ସ୍ଥାନରେ ଆଚରଣ ସଂହିତା ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି। ବାରମ୍ବାର ଏ ସମ୍ପର୍କରେ ଖବର ପ୍ରସାରଣ କଲା ପରେ ମଧ୍ଯ ପ୍ରଶାସନ ଏଥିପ୍ରତି ଦୁଷ୍ଟି ଦେଉନି ।ଅତାବିରା ବ୍ଲକ ଲରମ୍ଭା ପଞ୍ଚାୟତ ଲରମ୍ଭା ଗଉଡପଡାରେ ଶନିବାର ମନ୍ଦିରର ପୁନଃରୁଦ୍ଦାର ପାଇଁ ଆମ ଓଡ଼ିଆ ନବୀନ ଓଡ଼ିଶା ସୂଚନା ଫଳକରେ ଦଳୀୟ ଚିହ୍ନ ଲାଗିଥିବା ଆଜି ସୋମବାର ଅପରାହ୍ନ ୪ଟା ସମୟରେ ଦେଖିବାକୁ ମିଳିଛି।ଗତ ମାର୍ଚ୍ଚ ୧୬ ତାରିଖରେ ଆଚରଣ ବିଧି ଲାଗୁ ହେବାର ଗୋଟିଏ ମାସ ବିତିଯାଇଥିଲେ ମଧ୍ଯ ଏ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ସରକାରୀ ପୋଷ୍ଟର ହଟାଯାଇ ନାହିଁ। ଆଗକୁ ଦେଖିବାର ଅଛି ପ୍ରଶାସନ ଏଥି ପ୍ରତି କେବେ ଦୁଷ୍ଟି ଦେଉଛି।

error: Content is protected !!