ଅତାବିରା(ସୁରେନ୍ଦ୍ର କଠାର)-ସ୍ଥାନୀୟ ଇଦଗାହ ପଡିଆରେ ଅତାବିରା ମୁସଲିମ ସମାଜ ତରଫରୁ ଇଦ୍ ନମାଜ ପାଠ କରି ,ସମସ୍ତଙ୍କୁ ଶୁଭେଚ୍ଛା ଜଣେଇ ଆନନ୍ଦ ଉଲ୍ଲାସର ସହିତ ଇଦ୍ ଓଲ ଅଜହା ପର୍ବ ପାଳିତ ହୋଇଯାଇଛି। “ଇଦ୍-ଓଲ-ଅଜହା ପର୍ବ ” – ଯାହାର ଅର୍ଥ ହେଉଛି “ବଳିଦାନ ର ସମୟ” | ଇସଲାମ ଧର୍ମରେ ବିଶ୍ୱାସ କରୁଥିବା ମୁସଲିମ ଧର୍ମାବଲମ୍ବୀଙ୍କର ଏହା ଏକ ପ୍ରମୁଖ ପର୍ବ | ପବିତ୍ର ରମଜାନ ମାସ ଶେଷ ହେବାର ପ୍ରାୟ ସତୁରୀ ଦିନ ପରେ ଏହି ପର୍ବ ପାଳନ କରାଯାଏ |
ଇସଲାମର ଧାର୍ମିକ ଗ୍ରନ୍ଥ କୁରାନ ଅନୁଯାୟୀ,- ବ୍ରହ୍ମାଣ୍ଡ ର ସୃଷ୍ଟିକର୍ତ୍ତା ଈଶ୍ବର, ଥରେ ଭକ୍ତ ହଜରତ ଇବ୍ରାହିମଙ୍କ ଆସ୍ଥା ଓ ଈଶ୍ବରଙ୍କ ପ୍ରତି ପ୍ରେମ ର ପରୀକ୍ଷା କରିବା ପାଇଁ, ସପ୍ନରେ ହଜରତ ଇବ୍ରାହିମଙ୍କୁ ନିଜର ସବୁଠୁ ପ୍ରିୟ ଓ ମୂଲ୍ଯବାନ ବସ୍ତୁର ବଳିଦାନ କରିବାର ଆଦେଶ ଦେଳେ । ଏହି ମୋହମାୟା ସଂସ୍ଥାରରେ,ଏକ ପିତା ପାଇଁ ତାର ସନ୍ତାନ ହିଁ ସବୁଠୁ ମୂଲ୍ଯବାନ ଓ ପ୍ରିୟ । ହଜରତ ଇବ୍ରାହିମଙ୍କ ସମ୍ମୁଖରେ ,ଏକମାତ୍ର ପୁତ୍ର ହଜରତ ଇସମାଇଲଙ୍କୁ ଛାଡି ଆଉ କିଛି ବି ପ୍ରିୟ ନ ଥିଲା, ସେ ନିଜର ପୁତ୍ର ହଜରତ ଇସମାଇଲଙ୍କ ବଳି ଦେବା ପାଇଁ ପ୍ରସ୍ତୁତ ହେଳେ ।
କିନ୍ତୁ ଈଶ୍ବରଙ୍କ ଆଦେଶରେ ବଳିବେଦି ରେ ହଜରତ ଇସମାଇଲଙ୍କ ବଦଳରେ ଏକ ଦୁମ୍ବା ପ୍ରାଣୀର ବଳିଦାନ ହେଲା । ଈଶ୍ବର ହଜରତ ଇସମାଇଲଙ୍କୁ ଜୀବନ ଦାନ ଦେଇଥିଲେ । ଯାହାର ସ୍ମୃତିରେ ଏହି ପର୍ବ ପାଳନ କରାଯାଏ | “ଇଦ୍-ଏ-କୁର୍ବାନ” ର ଅର୍ଥ ହେଉଛି ବଳିଦାନର ଦିବସ |