Saturday, March 7, 2026
Homeରାଜ୍ୟଅତାବିରା ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ।

ଅତାବିରା ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ଜାତୀୟ ବିଜ୍ଞାନ ଦିବସ”ପାଳିତ ହୋଇଯାଇଛି।ଏହି ଅବସରରେ ବରିଷ୍ଠା ଗୁରୁମା ଶିଶୁ ବାଟିକା ପ୍ରମୁଖ ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କର ଶୁଭ କାମନା କରି ଶିଶୁ ମାନେ ଭବିଷ୍ୟତରେ ବୈଜ୍ଞାନିକ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ।

ଶ୍ରୀମାନ୍ ତାପସ ଭୋଇ ମୁଖ୍ୟ ବକ୍ତା ଯୋଗଦେଇ ଜାତୀୟ ବିଜ୍ଞାନ ଦିବସ ବିଷୟରେ ବକ୍ତବ୍ୟ ରଖିଥିଲେ।ସୁଶ୍ରୀ ରିଙ୍କିରାଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିଶୁ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।ଗୁରୁମା ସୁଶ୍ରୀ ସୁଶ୍ରୀ ରଶ୍ମିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ଶିଶୁ ମାନେ ଜାତୀୟ ବିଜ୍ଞାନ ଦିବସ ବିଷୟରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ସମସ୍ତ ଗୁରୁମା ଗୁରୁଜୀ ସହଯୋଗ କରିଥିଲେ।

error: Content is protected !!