Tuesday, January 7, 2025
spot_imgspot_imgspot_img
Homeରାଜ୍ୟଅତାବିରା ଉଚ୍ଚ ବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ଅବସରରେ ବ୍ଲକସ୍ତରୀୟ ପ୍ରତିଯୋଗିତା ।

ଅତାବିରା ଉଚ୍ଚ ବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ଅବସରରେ ବ୍ଲକସ୍ତରୀୟ ପ୍ରତିଯୋଗିତା ।

ଅତାବିରା(ସୁରେନ୍ଦ୍ର କଠାର)- ଅତାବିରା ଉଚ୍ଚ ବିଦ୍ୟାଳୟ ଅତାବିରା ଠାରେ ଅଠର ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ସମାରୋହରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଏବଂ ତପନ କୁମାର ଦାସ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରିପାଲ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଦେଶର ବିକାଶ ରେ ପ୍ରବାସୀ ଭାରତୀୟ ମାନଙ୍କ ଅବଦାନ ସପର୍କରେ ଅବଗତ କରିଥିଲେ । ଏହି ଅବସରରେ ଅଷ୍ଟମ,ନବମ,ଦଶମ ,ଏକାଦଶ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୋଷ୍ଟର ତିଆରି,ରଚନା ଲିଖନ, କୁଇଜ୍ ଓ ସାଇକେଲ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସି.ଆର.ସି.ସି. ରଞ୍ଜନ ବାଗ, ନନ୍ଦିଘୋଷ ଭୁଏ, ଋଷୁଭ ପଣ୍ଡା, କିଚକ ସୁନା,ନୃପ ଭୋଇ,ରାଜୀବ ବିଶ୍ଵାଳ,କୃତାର୍ଥ ଚନ୍ଦ୍ର ଭୁଏ, ଧରମ ନାଏକ,କେଶବ ଛନ୍ଦ,ତ୍ରିଲୋଚନ ସେଠ୍,ଜୟଦେବ ଭୁଏ, ସୀତାପତି ପ୍ରଧାନ, ଶିକ୍ଷକ ଅନୁତାପ ପଶାୟତ,ସୁଦାମ ଭୋଇ, ରବିନାରାୟଣ କର୍ଣ୍ଣ,ସୁଧାଂଶୁ ଶେଖର ମିଶ୍ର,ସୀତାରାମ ଦାସ,ଶିକ୍ଷୟିତ୍ରୀ ଉଷାରାଣୀ ସାମନ୍ତ, ପୁଷ୍ପଶ୍ରୀ ଭୋଇ ଉପସ୍ଥିତ ରହି ସହଯୋଗ କରିଥିଲେ ।

ପୋଷ୍ଟର ମେକିଂ ପ୍ରତିଯୋଗିତାର ବରିଷ୍ଠ ବିଭାଗ ରେ ବାସୁଦେବ ସାହୁ, ରିତୁଶ୍ରୀ ବଗର୍ତ୍ତି ,ଶୁଭମ୍ ମହାନନ୍ଦ ଏବଂ କନିଷ୍ଠ ବିଭାଗରେ ସାହିଲ ଛତ୍ରିଆ, ସ୍ଵାତୀ ପଧାନ,ସିଦ୍ଧିରାଣୀ ଜମାଦାର, ବରିଷ୍ଠ ରଚନା ଲିଖନ ରେ ଆଦ୍ୟାଶା ଦେବତା,ଅଙ୍କୁଶ ପ୍ରଧାନ, ଲଭଳି ସାହୁ, କନିଷ୍ଠ ରଚନା ଲିଖନ ରେ ଆଲିଶା ମିଶ୍ର, ଜି.ମନସ୍ଵିନୀ, ବିତିଶ୍ରୀ ପ୍ରଧାନ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର ମହାଶୟା ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ମାନେ ଆସନ୍ତା ଜାନୁୟାରୀ ୦୬ ତାରିଖ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଥିଲେ ।

error: Content is protected !!