ବରଗଡ-ଅଡଗାଁ ସେବା ସମବାୟ ସମିତିର କୋଷାଧ୍ୟକ୍ଷ ତଥା ସଂପାଦକ ଦାୟିତ୍ୱରେ ଥିବା ସୁରେନ୍ଦ୍ର କୁମାର ଭୋଇଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅଡଗାଁ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନିଷ୍ଠା ପରିବାର ଓ ଅଡଗାଁ ସେବା ସମବାୟ ସମିତିର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ସୁରେନ୍ଦ୍ର କୁମାର ଭୋଇ ସମିତିର ସଭାପତି ତଥା ନିଷ୍ଠାର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରେ ସମସ୍ତ କର୍ମଚାରୀ ମାନଙ୍କ ସମେତ ଅନେକ ଚାଷୀ ଯୁବ ବର୍ଗ ରକ୍ତ ଦାନ କରିଥିଲେ।

ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଅଭାବ ଥିବା ବେଳେ ଏଭଳି ଏକ ନିଆରା ପ୍ରୟାସ ପାଈଁ ବୁଦ୍ଧଜୀବୀ ମାନେ ଅଡଗାଁ ସେବା ସମବାୟ ସମିତି କୁ ବେଶ ପ୍ରଶଂସା କରିଥଲେ। ସମିତି ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ସମସ୍ତ ଡାଇରେକ୍ଟର ଓ ଚାଷୀ ମାନଙ୍କୁ ନେଇ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ର ଆୟୋଜନ କରଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ଡାଇରେକ୍ଟର କ୍ଷିରୋଦ୍ର ସାହୁ,କୋଷାଧ୍ୟକ୍ଷ ଜଗ ବନ୍ଧୁ କଳତା, ସଂପାଦକ ଦାୟିତ୍ୱରୁ ଅବସର ନେଉଥିବା ସୁରେନ୍ଦ୍ର କୁମାର ଭୋଇ, ଅସ୍ଥାୟୀ ସମ୍ପାଦକ ଦାୟିତ୍ଵ ଗ୍ରହଣ କରୁଥିବା ପ୍ରଶାନ୍ତ ପୂଝାରୀ ମଞ୍ଚାସିନ ଥିଲେ। ଏହି ଅବସର ରେ ଶ୍ରୀ ସୁରେନ୍ଦ୍ର କୁମାର ଭୋଇ ଙ୍କୁ ସମିତି ପକ୍ଷରୁ ଉପଢ଼ୌକନ ପୁଷ୍ପ ଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ ମଧ୍ୟ ସମିତି କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।


