Saturday, March 7, 2026
Homeରାଜ୍ୟଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ପାଳନ।

ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ପାଳନ।

ପଦ୍ମପୁର – ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ କଲେଜର ସମ୍ମେଳନ ପ୍ରକୋଷ୍ଠରେ ଉତ୍ସାହର ସହିତ ପାଳିତ ହୋଇଥିଲା । କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ଵର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଆରମ୍ଭରେ ପ୍ରଫେସର ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଉତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ଡ଼ଃ ବାଞ୍ଚାନିଧି ପଣ୍ଡା, ପୂର୍ବତନ ମୁଖ୍ୟ, ଶିକ୍ଷା ବିଭାଗ, ଅଞ୍ଚଳ କଲେଜ ପଦ୍ମପୁର ‘ବନ୍ଦେ ମାତରମ୍’ର ଉତ୍ପତ୍ତି, ଇତିହାସ ଓ ଭାରତର ସ୍ଵାଧୀନତା ଆନ୍ଦୋଳନରେ ଏହାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

ପୂର୍ବତନ ବ୍ୟାଙ୍କ ଅଫିସର ଶାନ୍ତନୁ କୁମାର ପାଣିଗ୍ରାହୀ ଏବଂ ଜୟନାରାୟଣ ତ୍ରିପାଠୀ ମଧ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ‘ବନ୍ଦେ ମାତରମ୍’ ଗୀତକୁ ସାମୂହିକ ଭାବେ ଗାନ କରଯାଇଥିଲା। ଏହି ଅବସରରେ କଲେଜ ତରଫରୁ ରଚନା ଓ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମଟିର ସଂଯୋଜନା ଡ଼ଃ ସରୋଜ କୁମାର ନାୟକ କରିଥିବା ବେଳେ ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ । ତାପିନୀ ପଣ୍ଡା, ପୂର୍ଣ୍ଣିମା ଦୋରା, ଶର୍ମିଳା ପଣ୍ଡା, ପ୍ରମୋଦ କୁମାର ପାଣିଗ୍ରାହୀ, କଳ୍ପନା ପାଢ଼ୀ,ଡ଼ଃ ସୁବୋଧ କୁମାର ତ୍ରିପାଠୀ ସହ ଅନ୍ୟାନ୍ୟ ପ୍ରାଧ୍ୟାପକ-ପ୍ରାଧ୍ୟାପିକା, ଅଧ୍ୟାପକ-ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

error: Content is protected !!