Monday, June 16, 2025
spot_imgspot_imgspot_img
Homeରାଜ୍ୟଅଞ୍ଚଳ ମହାବିଦ୍ୟାଳୟ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଏକ ହେଲ୍ପଡେସ୍କ କାର୍ଯ୍ୟକ୍ରମ।

ଅଞ୍ଚଳ ମହାବିଦ୍ୟାଳୟ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଏକ ହେଲ୍ପଡେସ୍କ କାର୍ଯ୍ୟକ୍ରମ।

ପଦ୍ମପୁର– ପଦ୍ମପୁର ସ୍ଥିତ ଅଞ୍ଚଳ ମହାବିଦ୍ୟାଳୟ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଏକ ହେଲ୍ପଡେସ୍କ ବା ସହାୟତା କେନ୍ଦ୍ର ଆରମ୍ଭ ହୋଇଯାଇଛି। ଯୁକ୍ତତିନିର ନାମଲେଖା ଉପଲକ୍ଷେ ଏହି ସହାୟତା କେନ୍ଦ୍ର ଆରମ୍ଭ କରାଯାଇଛି। ନୂତନ ବିଦ୍ୟାର୍ଥୀମାନଙ୍କ ନାମଲେଖା ସମ୍ବନ୍ଧୀୟ କୌଣସି ସୂଚନା ପାଇଁ, ନାମଲେଖା ପାଇଁ ଆବଶ୍ୟକ ସମସ୍ତ ସାର୍ଟିଫିକେଟ ସମ୍ପର୍କୀୟ ସହଯୋଗ, ନାମଲେଖା କେନ୍ଦ୍ରରେ ଶୃଙ୍ଖଳାର ସହିତ ସୁରୁଖୁରୁରେ ସମସ୍ତଙ୍କ ନାମଲେଖା କରାଇବା, ପ୍ରବଳ ଖରା ଯୋଗୁଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରିବା ତଥା ନାମଲେଖାର ପରବର୍ତ୍ତୀ ସମୟରେ ମାଗଣାରେ ପାଠ୍ୟ ଉପକରଣ ଯୋଗାଇଦେବା, ଆବଶ୍ୟକ ଛାତ୍ରଛାତ୍ରୀମାନଙ୍କୁ ଚେମ୍ବରରେ ରହିବାର ବ୍ୟବସ୍ଥା କରାଇବା ସହ ଆହୁରି ବିଭିନ୍ନ ପ୍ରକାର ସହାୟତା ପାଇଁ ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଏହିଭଳି ଏକ ସୁନ୍ଦର ପଦକ୍ଷେପ ନେଇଛନ୍ତି।

ସୋମବାର ଦିନ ଏବିଭିପିର ପୂର୍ବତନ ପ୍ରଦେଶ ସ୍ତରୀୟ କାର୍ଯ୍ୟକର୍ତ୍ତା ତଥା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସହ ଜିଲ୍ଲା ପ୍ରଚାର ପ୍ରମୁଖ ଶ୍ରୀ ରୀତେଶ ରଂଜନ ମେହେର ଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭାରମ୍ଭ କରିଥିଲେ। ଏବିଭିପିର ପଦ୍ମପୁର ନଗର ସମ୍ପାଦକ ପ୍ରତ୍ୟୁଷ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜୀବନାନନ୍ଦ ଦାଶ, ମନୋଜ ସାହୁ, ବାଦଲ ମେହେର, ତୋଷବନ୍ତ ସେଠ, ସୌମ୍ୟରଂଜନ ସାହୁ, ଅଭିଷେକ ଡନସନା ପ୍ରମୁଖ ଏବିଭିପି କାର୍ଯ୍ୟକର୍ତ୍ତାମାନେ ସକ୍ରିୟ ଭାବରେ ଯୋଗ ଦେଇଥିଲେ। ଏହି ହେଲ୍ପଡେସ୍କ ଯୁକ୍ତତିନି ଓ ଯୁକ୍ତଦୁଇର ନାମଲେଖା ତଥା ତାର ପରବର୍ତ୍ତୀ ସମୟରେ ମଧ୍ୟ ଜାରି ରହିବ ବୋଲି ନଗର ସମ୍ପାଦକ ପ୍ରତ୍ୟୁଷ ଦାସ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ସମସ୍ତ ପ୍ରକାର ସହାୟତା ତଥା ତାଙ୍କର ସାମଗ୍ରିକ ବିକାଶ ପାଇଁ ଏବିଭିପି ସବୁବେଳେ ନିଜର କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସଙ୍ଗଠନ ପକ୍ଷରୁ ମତବ୍ୟକ୍ତ କରାଯାଇଛି।

error: Content is protected !!