ପଦ୍ମପୁର-ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ଆଭ୍ୟନ୍ତରୀଣ ଗୁଣତା ନିଶ୍ଚିତକରଣ କୋଷ(IQAC) ଦ୍ୱାରା ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ ଙ୍କ ଅଧ୍ୟକ୍ଷତାରେ “ଭାରତୀୟ ଜ୍ଞାନ ପରମ୍ପରା” ଉପରେ ଏକ ବିଶଦ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ ଶ୍ରୀ ଦାଶ ଅତିଥି ଏବଂ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ଭୁବନେଶ୍ୱରର ବେଷ୍ଟ ରେ ଇନଫୋଟେକ(Best Ray Infotech Pvt.Ltd) ର ନିର୍ଦ୍ଦେଶକ ଶ୍ରୀମତୀ ଲୀନା ଦତ୍ତା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଅତୀତ ଏବଂ ବର୍ତ୍ତମାନର ଜୀବନଶୈଳୀ ଉପରେ ଉଦାହରଣ ସହ ବିଶଦ ଆଲୋଚନା କରି ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତୀୟ ଜ୍ଞାନ ପ୍ରଣାଳୀର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ।

ସେ ଭାରତୀୟ ଜ୍ଞାନ ପ୍ରଣାଳୀରେ ନିହିତ ପ୍ରାଚୀନ ମୂଲ୍ୟବୋଧ ଏବଂ ନୀତି ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସମସ୍ତଙ୍କୁ ଏକ ସୁସ୍ଥ ଏବଂ ସମୃଦ୍ଧ ଜୀବନ ପାଇଁ ମୂଳକୁ ପୁନଃଆବିଷ୍କାର କରିବାକୁ ଉତ୍ସାହିତ କରିଥିଲେ। ସେ ଦୈନନ୍ଦିନ ଜୀବନରେ ପ୍ରାକୃତିକ ଏବଂ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାରର ତୁଳନାତ୍ମକ ବିଶ୍ଳେଷଣ କରିଥିଲେ ଏବଂ ପ୍ରାକୃତିକ ବୁଦ୍ଧିମତ୍ତା ସପକ୍ଷରେ ସଚେତନତା ସୃଷ୍ଟି କରିବା ନେଇ ମତବ୍ୟକ୍ତ କରିଥିଲେ। ନବପ୍ରଭାତ ଟ୍ରଷ୍ଟ ,ପଦ୍ମପୁର ଅଧ୍ୟକ୍ଷ ଆଚାର୍ଯ୍ୟ ଶ୍ରୀ ଭଗବାନ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପରିବାରର ବଡ଼ମାନଙ୍କଠାରୁ ଆରମ୍ଭ କରି ଭାରତୀୟ ଜ୍ଞାନ ପ୍ରଣାଳୀର ଶିକ୍ଷା ଉପରେ ଆଲୋକପାତ କରି ବର୍ତ୍ତମାନର ପରିପ୍ରେକ୍ଷୀରେ ଭାରତୀୟ ସଂସ୍କୃତି ଏବଂ ଜୀବନଶୈଳୀକୁ ଅନୁକରଣ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ଶେଷରେ IQAC ସଂଯୋଜକ ଶ୍ରୀ ନବକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କଲେଜର ପୂର୍ବତନ ପ୍ରାଧ୍ୟାପକ ଡକ୍ଟର ବାଞ୍ଛାନିଧି ପଣ୍ଡା ଏବଂ କଲେଜର ପୂର୍ବତନ ଛାତ୍ର ଶ୍ରୀ ଜୟନାରାୟଣ ତ୍ରିପାଠୀ ତଥା ଅବସର ପ୍ରାପ୍ତ ବ୍ୟାଙ୍କ ମେନେଜର ଙ୍କ ସହ ପ୍ରଧ୍ୟାପକ ଶ୍ରୀ ପ୍ରଭାତ କୁମାର ମହାପାତ୍ର, ପ୍ରାଧ୍ୟାପିକା ପୂର୍ଣ୍ଣିମା ଦୋରା,ପ୍ରମୋଦ କୁମାର ତ୍ରିପାଠୀ,ଡକ୍ଟର ସରୋଜ କୁମାର ନାୟକ, ଶ୍ରୀ ସନ୍ତୋଷ କୁମାର ମିଶ୍ର, ଶ୍ରୀମତୀ ଝୁନୁ ପରିଡା, ଶ୍ରୀମତୀ ଶର୍ମିଳା ପଣ୍ଡା, ଶ୍ରୀମତୀ ମୋନାଲିଶା ସ୍ୱାଇଁ ଏବଂ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।



