
ପଦ୍ମପୁର-ଅଞ୍ଚଳ ମହାବିଦ୍ୟାଳୟରେ ପ୍ରଫେସର ଖଗେଶ୍ବର ଦାଶଙ୍କ ପୌରୋହିତ୍ୟରେ ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡ୍ କ୍ରସ୍ ସ୍ବେଚ୍ଛାସେବୀଙ୍କ ଅଧ୍ୟୟନ ତଥା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପଦ୍ମପୁର ବନଖଣ୍ଡ ଅଧିକାରୀ ଶ୍ରୀ ବିଭୂତି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରେଡ୍ କ୍ରସ୍ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ଉଦ୍ଘାଟନୀ ସଭାରେ ବୃକ୍ଷରୋପଣ, ତାର ସୁରକ୍ଷା ଓ ଉପକାରିତା ସମ୍ପର୍କରେ ସ୍ୱେଚ୍ଛାସେବୀମାନଙ୍କୁ ବକ୍ତବ୍ୟମାଧ୍ୟମରେ ଉତ୍ସାହିତ କରିଥିଲେ ।

ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ସଂଯୋଜକ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବରଗଡ଼ ଜିଲ୍ଲା ଯୁବ ରେଡ୍ କ୍ରସ୍ ର ଜିଲ୍ଲା ସଂଯୋଜକ ଶ୍ରୀମାନ ପରମାନନ୍ଦ ରଥ ଏହି ତ୍ରିଦିବସୀୟ ଶିବିରରେ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ,ସଚେତନତା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଶିକ୍ଷାଦାନ ସଂପର୍କରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ସମ୍ମାନିତ ଅତିଥିଭାବେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସମ୍ପାଦକ ଶ୍ରୀମାନ ଉମାକାନ୍ତ ନାଗ ଯୋଗଦାନ କରି ସାମାଜିକ ଗଣମାଧ୍ୟମର କୁ-ପ୍ରଭାବ, ପ୍ରତ୍ୟେକଙ୍କ ଭିତରେ ସେବା ମନୋଭାବ ରହିବା ସହ ସମାଜର ଉନ୍ନତି ପଥରେ ନିଜନିଜର ଅବଦାନ ରହିବା କଥା ବୋଲି ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓଡ଼ିଆ ବିଭାଗର ମୁଖ୍ୟ ଡ. ସରୋଜ କୁମାର ନଏକ । ଉଦ୍ଘାଟନୀ ସଭାରେ ଉପସ୍ଥିତ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ସପଥ ପାଠ କରାଯାଇଥିଲା। ପରିଶେଷରେ ସଂଯୋଜିକା ଡ. ସସ୍ମିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।



