Saturday, March 7, 2026
Homeରାଜ୍ୟଅଞ୍ଚଳ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ।

ଅଞ୍ଚଳ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ।

ପଦ୍ମପୁର-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ପ୍ରାଙ୍ଗଣରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡା ଙ୍କ ସଭାପତିତ୍ବରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଯୋଗ ଦିବସ ଉପଲକ୍ଷେ ନବପ୍ରଭାତ ଗୁରୁକୁଳ ବିଦ୍ୟାପୀଠ, ନୂଆପାଳି, ପଦ୍ମପୁରରୁ ଗୁରୁଜୀ ବୃନ୍ଦ ଆସି ମହାବିଦ୍ୟାଳୟ ପ୍ରାଙ୍ଗଣରେ ବିଭିନ୍ନ ପ୍ରକାରର ଯୋଗ ବିଷୟରେ ଜଣାଇ ଯୋଗ କରିଥିଲେ।

ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଶ୍ରୀ ଖଗେଶ୍ବର ସାହୁ, ଡଃ ବିରଞ୍ଚି ସାହୁ, ଶ୍ରୀ ପ୍ରଭାତ କୁମାର ମହାପାତ୍ର, ପ୍ରଧ୍ୟାପିକା ତାପିନି ପଣ୍ଡା, ବୁନି ସାହୁ, ସୁରେଶ୍ଵରୀ ପାଣ୍ଡେ, ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ମିରିଗ, ଦେବାଶିଷ ସାହୁ, ଖୁଦିରାମ ପାତ୍ର, ଅନନ୍ତ ମଲ୍ଲିକଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

error: Content is protected !!