Saturday, March 7, 2026
Homeଅଘଟଣଅଜଣା ଶବ ସତ୍କାର କଲା ସଂକଳ୍ପ ପରିବାର।

ଅଜଣା ଶବ ସତ୍କାର କଲା ସଂକଳ୍ପ ପରିବାର।

ବରଗଡ଼-ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର,ତରଫରୁ ଆଜି ପିପଲମୁଣ୍ଡା ସ୍ୱର୍ଗଦ୍ୱାରରେ ଏକ ଅଜଣା ଶବ ସତ୍କାର କରାଯାଇଛି । ସୂଚନା କ୍ରମେ ମୃତ ବ୍ୟକ୍ତି ଜଣକ ଗତ ରବିବାର ଦିନ ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବରାହଗୋଡା ବାଇପାସ ରାସ୍ତାରେ ଏକ ଚାଷ ଜମି ମଧ୍ୟରେ ମୃତ ଅବସ୍ଥାରେ ପଡିରହିଥିଲେ । ସ୍ଥାନିୟ ଲୋକଙ୍କ ଠାରୁ ଖବର ପାଇ ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳକୁ ଯାଇ ଶବ ଜବତ କରିବା ସହିତ ତାର ପରିଚୟ ଖୋଜିବା ସଙ୍ଗେ ସଙ୍ଗେ ମୃତ୍ୟୁର କାରଣ ଅନୁସନ୍ଧାନ କରିଥିଲା ମାତ୍ର ଆଜି ଦିର୍ଗ ତିନିଦିନ ବିତିଯାଇଥିଲେ ସୁଧ୍ୟା ମୃତ ବ୍ୟକ୍ତିର କୌଣସି ପରିଚୟ ମିଳିପାରିନଥିବାରୁ କେଶ ନମ୍ବର ୧୧/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାରକୁ ଶବ ସତ୍କାର କରିବା ପାଇଁ ଅନୁରୋଧ କରିଥିଲେ । ଖବର ପାଇ ସଂକଲ୍ପ ପରିବାରର ବିକାଶ ଅଗ୍ରୱାଲ ଙ୍କ ସମେତ ଜି ରମେଶ, ନବୀନ ବୁଡେକ, ଓ ରାଜକୁମାର ବଂଛୋର ପ୍ରମୁଖ ବରଗଡ଼ ପିପଳମୁଣ୍ଡା ସ୍ୱର୍ଗଦ୍ୱାରରେ ସମ୍ମାନର ସହିତ ଶବ ସତ୍କାର କରିଥିଲେ ।

error: Content is protected !!