Wednesday, November 27, 2024
spot_imgspot_imgspot_img
Homeଅଘଟଣଅଜଣା ଗାଡି ଧକା ପରିବା ବ୍ଯବସାୟୀ ମୃତ:କ୍ଷତିପୂରଣ ଦାବୀ ରାସ୍ତା ରୋକ କରିଲେ ପରିବାର ଲୋକେ।

ଅଜଣା ଗାଡି ଧକା ପରିବା ବ୍ଯବସାୟୀ ମୃତ:କ୍ଷତିପୂରଣ ଦାବୀ ରାସ୍ତା ରୋକ କରିଲେ ପରିବାର ଲୋକେ।

କଣ୍ଟାବାଞ୍ଜି-ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ଗାଁ ପାଖରେ ଜଣେ ଅଜଣା ଗାଡି ପରିବା ବ୍ଯବସାୟୀ ଙ୍କୁ ଧକା ଦେଇ ଫେରାର ମାରିଥିବା ବେଳେ ଘଟଣାସ୍ଥଳ ରେ ତାଙ୍କ ମୃତ ହୋଇଛି। ସୂଚନା ଅନୁସାର ରେ ବେଳପଡା ଥାନା ଅନ୍ତର୍ଗତ ମୁଣ୍ଡାଗାଁ ର ପରିବା ବ୍ଯବସାୟୀ ଜଳନ୍ଧର ଦୀପ ସେ ପ୍ରତୋକ ଦିନ କଣ୍ଟାବାଞ୍ଜି ସହର କୁ ଆସି ଏଠାରୁ ପନିପରିବା ନେଇ ଅନ୍ୟ ଗାଁ ମାନଙ୍କ ରେ ବିକ୍ରି କରୁଥିଲେ। ସବୁ ଦିନ ପରି ଶୁକ୍ରବାର ମଧ୍ଯ ଭୋର ସକାଳୁ ଗାଁ ରୁ କଣ୍ଟାବାଞ୍ଜି ସହର କୁ ଆସୁଥିଲେ ହେଳେ ଚଟୁଅନକା ଆଶାବାଦ ବ୍ୟାଙ୍କ ନିକଟ ରେ ଏକ ଅଜଣା ଚାରିଚକିଆ ଯାନ ଧକା ଦେଇ ଫେରାର ମାରିଥିଲା। ସ୍ଥାନୀୟ ଲୋକେ ଦେଖିବା ବେଳ କୁ ଘଟଣାସ୍ଥଳ ରେ ଜଳନ୍ଧର ଙ୍କ ମୃତ୍ଯ ଘଟିଥିବା। ପରେ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳ ପହଞଥିଲେ ଏବଂ କ୍ଷତିପୂରଣ ଦାବୀ ରେ କଣ୍ଟାବାଞ୍ଜି ବଲାଙ୍ଗିର ରାଜ୍ଯ ରାଜପଥ ୪୨ କୁ ଅବରୋଧ କରିଥିଲେ।

ଏବଂ ଟାୟାର ଜାଳି ପ୍ରତିବାଦ ମଧ୍ଯ କରିଥିଲେ। ତେବେ ଘଟଣାସ୍ଥଳ ରେ କଣ୍ଟାବାଞ୍ଜି ଥାନା ଅଧିକାରିଣୀ ରଶ୍ମିତା ବେହେରା ପରିବାର ଲୋକଙ୍କ ସହ ଆଳୋଚନା ପରେ ସେମାନେ ଆନ୍ଦୋଳନ ଓହରି ଥିଲେ। ଏବଂ ଘଟଣା ରୁ ପୋଲିସ ଶବ ଜବତ କରି ବ୍ଯବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନ କୁ ନେଇ ଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃତ ଶରୀର ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷ ରେ ମୃତ ଜଳନ୍ଧର ଙ୍କ ପରିବାର ରେ ତାଙ୍କ ସ୍ତ୍ରୀ ଓ ଦୁଇ ଟି ଛୋଟ ଛୋଟ ଝିଅ ଓ ଗୋଟିଏ ଛୋଟ ପୁଅ ରହିଛି। ସେଥି ରୁ ତାଙ୍କ ଝିଅ ଲକ୍ଷ୍ମୀ ଜନ୍ମ ରୁ ଭିନ୍ନକ୍ଷମ ଅଟନ୍ତି। ଘରେ କାମ କରିବାକୁ କେହି ଭେଣ୍ଡିଆ ପୁଅ ନାହାଁନ୍ତି। ଜଳନ୍ଧର ହି ଏକ ମାତ୍ର ଲୋକ ଯିଏ କାମ କରି ପୁରା ପରିବାର ପ୍ରତିପୋଷଣ କରୁଥିଲା।

ଜଳନ୍ଧର ଏହି ଦୁର୍ଘଟଣା ରେ ମୃତ ପରେ ଏବେ ବେସାହାରା ପୁରା ପରିବାର। କଣ କରିବେ, କେମିତି ବଞ୍ଚି, ତିନି ଛୁଆ କୁ ନେଇ ଗୁଆଡେ ଯିବେ ତାକୁ ନେଇ ଚିନ୍ତା ରେ ବିଧବା ସ୍ତ୍ରୀ। ଏହି ପରିବାର ଉପରେ ରାଜ୍ଯ ସରକାର ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ନଜର ଦେଇ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ବିଭିନ୍ନ ସମାଜସେବୀ ସଂଗଠନ ର କାର୍ଯ୍ଯକର୍ତ୍ତା ମାନେ। ସେପଟେ କେଉଁ ଗାଡି ଧକା ଦେଳା ଜଣାପଡି ନ ଥିବା ବେଳେ କଣ୍ଟାବାଞ୍ଜି ପୋଲିସ ସିସିଟିଭି କେମେରା ଯାଞ୍ଚ କରି ଅଧିକ ତଦନ୍ତ ଜାରୀ ରଖିଛି।

error: Content is protected !!