ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ଲୁ ନାଟ୍ୟ ସଂସଦ ଆୟୋଜନରେ ମହୁଲପାଲି ନାଟ ଆଶ୍ରମ ଠାନେ “ଅଙ୍ଗ ମହୋତ୍ସବ” ଅନୁଷ୍ଠିତ ହେଇଛେ। ବିଶ୍ଵ ନାଟ୍ୟ ଦିବସ ଅବସରରେ ଦୁଇ ଦିନ ଧରି ଆୟୋଜିତ ଇ ନାଟ ମହୋତ୍ସବର ପହେଲା ନାଟ ଥିଲା “ରଙ୍ଗ ଭୂମି” । ନାଟ୍ୟକାର କେଶରଞ୍ଜନ୍ ପଧାନଙ୍କ ଅନୁସୃଜନ୍ ଆର୍ ଜଗନ୍ନାଥ ସେଠଙ୍କ ନିର୍ଦ୍ଦେଶିତ ଇ ନାଟକେ ପରିବେଷଣ କରିଥିଲେ “ଲୁ” ପଦମପୁର ର କଳାକାରମାନେ । ରଙ୍ଗଭୂମି । ନାଟର ନାୟକ ଅନ୍ଧା ସୁର୍ ର ପୈତୃକ ଭୂମି ହାତୁ ପଲେଇଛେ କର୍ପୋରେଟ ହାତକେ। ତାର ଘର ପୁଡେଇ ନେଇଛନ । ସଂସେ, ଆହାଲାଦ ନ ବଢେଇ ଥିବାର ପୁଅ କାଲୁ ତାହାକେ ଛାଡ଼ି କରି ପଲେଇଛେ । ଅହରହ ନିର୍ଭେଜାଲ, ନିର୍ଲୋଭ ଆର୍ ନିର୍ବିକାର ରହି ଆସିଥିବାର ନାଟର ନାୟକ ସୁର୍ ର ଜୀବନ ବି ଶେଷରେ ଯାଇଛେ କମ୍ପାନୀ ହାତେ । ଭଗବାନ ଶ୍ରୀକୃଷ୍ଣକେ ଜାରା ଶବର ସର ମାଏଲା ସମିଆରେ, ଯୀଶୁଙ୍କୁ ଖିଲା ପିଟଲା ସମିଆରେ ବି ମାହାପ୍ରୁ ମାନେ ଅପରାଧୀ ମାନକୁ ଖାଲି ମାଫ ନେ କରି ପ୍ରେମ କରିଛନ । ହର ସମିଆ ଲେଖେ ହେନ୍ତା ମଲା ସମିଆରେ ବି ମାଫି ଦେଉଛେ ନାୟକ ସୁର । ଘର ପୁଡ଼ିଗଲା ଉତାରୁ ସୁର ତାର ପୁଓ କେ କହୁଛେ ଫେର ଘର ବନାମା । ପୁଅ କହୁଛେ – ଫେର ପୁଡେଇ ନେଲେ ? ସୁର – ଫେର ପୁଡେଇ ନେଲେ ଫେର ବନାମା । ଶହେ ଥର ପୁଡ଼ାଲେ ଦୁଇ ଶହ ଥର ବାନମା । ଚମତ୍କାର ସ୍ଥିତପ୍ରଜ୍ଞତା । ଭୟଙ୍କର ମୁନୁସ ପନିଆ । ସମ୍ବେଦନଥି ସର ସର ଆଏ ସୁର। ଗାଁ ସଂସ୍କୃତିର ସୂକ୍ଷ୍ମ ପରିବର୍ତ୍ତନ, ସାଧାରଣ ଲୋକ ଆର୍ କର୍ପୋରେଟର ଲଢେଇ, ନିର୍ବିକାର ମାନସିକତା ଆଗାଡେ ସବୁ ବାଧା ବିଘ୍ନ ଛୋଟ ପଡ଼ିଯିବାର, ଅସତ୍ ଉପରେ ସତର ବିଜୟ ବୈଜୟନ୍ତୀ ଉଡ଼େଇ କରି ଗମ୍ଭୀର ଉପସଂହାର ହେଇଛେ ନାଟର । ହସବାର ନୁ ମୂଲ କରି ଗମ୍ଭୀର ହେଇଥିବାର ଦର୍ଶକ ଆଁଖି ସେଶେ ପାଏନ ବୁହି ଆସିଛେ । ଚରିତ୍ର ମାନକର ନିଖୁଣ ଅଭିନୟ, ନାଟର ଗମ୍ଭୀର ବାର୍ତ୍ତା, ଗତିଶିଲତା, ଉଚ୍ଚକୋଟୀର ସଂଳାପ, ବରକସ ଚରିତ୍ର ଚିତ୍ରଣ ଦର୍ଶକ ମାନକୁ ବାନ୍ଧି ରଖିଥିଲା । ମୁନସି ପ୍ରେମଚାନ୍ଦଙ୍କର ଉପନ୍ୟାସ “ରଙ୍ଗଭୂମି”ର ସଫଲ ପ୍ରୟୋଗ ସାଙ୍ଗେ ବନିହେନ ମୌଳିକ ଦିଗକେ ନେଇ ନାଟ୍ୟକାର କେଶରଞ୍ଜନ ଆଜ୍ଞା ଏନ୍ତା ବତରେ ନାଟକେ ସଜେଇଛନ ଆର୍ ଜଗନ୍ନାଥ ଶେଠ୍ ବତେଇଛନ ଯେ ନାଟଟା ବନେ ମହାଜନ ହେଇଛେ ।
( ସମୀକ୍ଷା – ସୁଶାନ୍ତ ମିଶ୍ର)