Thursday, February 13, 2025
spot_imgspot_imgspot_img
Homeରାଜ୍ୟଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର ସମ୍ମିଳନୀ ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର ସମ୍ମିଳନୀ ।

ପଦ୍ମପୁର-ପଦ୍ମପୁର ସ୍ଥିତ ରାଜାଜୀ ଟାଉନ ହଲ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ନଗର ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଏବିଭିପିର ଓଡ଼ିଶା ପଶ୍ଚିମ ପ୍ରାନ୍ତର ସଙ୍ଗଠନ ସମ୍ପାଦକ ଶ୍ରୀ ନିକୁଞ୍ଜ ବିହାରୀ ପଣ୍ଡା, ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ବିଭାଗ ସଙ୍ଗଠନ ସମ୍ପାଦକ ଶ୍ରୀ ବିଜୟ କଲତା, ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସମ୍ପାଦକ ଶ୍ରୀ ଶ୍ବେତାଂଶୁ ଶେଖର ବରାଇ ଓ ଅନ୍ୟତମ ଅତିଥି ଭାବରେ ପୂର୍ବତନ ଏବିଭିପି କାର୍ଯ୍ୟକର୍ତ୍ତା ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ବରଗଡ଼ ଜିଲ୍ଲାର ସହ ଜିଲ୍ଲା ପ୍ରଚାର ପ୍ରମୁଖ ଶ୍ରୀ ରୀତେଶ ରଂଜନ ମେହେର ମଞ୍ଚାସୀନ ହୋଇଥିଲେ।

ଅତିଥିମାନେ ଏବିଭିପିର ଲକ୍ଷ୍ୟ, ଆଦର୍ଶ ଓ ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ର ତଥା ଯୁବ ସମାଜର ଭୂମିକା ବିଷୟରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀ ଠାରେ ମହାମହିମ ରାଷ୍ଟ୍ରପତିଙ୍କ ସମ୍ମୁଖରେ ପ୍ୟାରେଡ଼ରେ ଅଂଶଗ୍ରହଣ କରିଥିବା ଅଞ୍ଚଳ ମହାବିଦ୍ୟାଳୟର ଛାତ୍ର କରନ୍ ବାଗଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହା ପରେ ଆଗାମୀ ସମୟରେ ପଦ୍ମପୁରରେ ଏବିଭିପିର ସଙ୍ଗଠନକୁ ଆଗକୁ ନେବା ପାଇଁ ନଗର କାର୍ଯ୍ୟକାରିଣୀ ଓ ଅଞ୍ଚଳ ମହାବିଦ୍ୟାଳୟ ଶାଖାର କାର୍ଯ୍ୟକାରିଣୀ ଘୋଷଣା କରାଗଲା।

ଏହି ସମ୍ମିଳନୀରେ ଖାରବେଳ ଆର୍ଯ୍ୟକୁମାର ସାହୁ ଅତିଥି ପରିଚୟ କରିଥିବା ବେଳେ ଆଦିତ୍ୟ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ଓ ଶିବମ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ନୂତନ ଭାବରେ ମନୋନୀତ ହୋଇଥିବା ନଗର ସମ୍ପାଦକ ପ୍ରତ୍ୟୁଷ କୁମାର ଦାଶ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।

error: Content is protected !!