Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅକ୍ଷୟ ତୃତୀୟା ଅବସରରେ ପ୍ରଭୁ ନୃସିଂହନାଥଙ୍କ ଠାରେ ଲାଗି ହେଲା ପଖାଳ ଭୋଗ ।

ଅକ୍ଷୟ ତୃତୀୟା ଅବସରରେ ପ୍ରଭୁ ନୃସିଂହନାଥଙ୍କ ଠାରେ ଲାଗି ହେଲା ପଖାଳ ଭୋଗ ।

ପାଇକମାଳ – ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବରଗଡ ଜିଲ୍ଲା ପାଇକମାଳ ବ୍ଲକ୍ ନୃସିଂହନାଥ ପୀଠରେ ପ୍ରଭୁ ନୃସିଂହନାଥଙ୍କ ଠାରେ ଶୁକ୍ରବାର ପଖାଳ ଭୋଗ ଲାଗି ହେବା ସହ ଭକ୍ତଙ୍କୁ ଅର୍ପଣ କରାଯାଉଛି । ଏହି ପ୍ରାଚୀନ ନୃସିଂହନାଥ ମନ୍ଦିରରେ  ପୂଜା ପାଉଛନ୍ତି ଭଗବାନ ବିଷ୍ଣୁଙ୍କର ଅନ୍ୟତମ ସ୍ୱରୁପ ମାର୍ଜାରକେଶରୀ । ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ମହାପ୍ରଭୁ ନୃସିଂହନାଥଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହାପ୍ରଭୁ ନୃସିଂହନାଥଙ୍କ ମୁଣ୍ଡରେ ଓଦା କପଡା ଏବଂ ଚନ୍ଦନ ଲେପନ କରାଯାଉଥିବା ସହ ଅପରାହ୍ନରେ ପଖାଳ ଭୋଗ ଅର୍ପଣ କରାଯାଉଛି । ପ୍ରତିବର୍ଷ ଅକ୍ଷୟ ତୃତୀୟା ଠାରୁ ନବମୀ ପର୍ଯ୍ୟନ୍ତ ନୃସିଂହନାଥ ପୀଠରେ ଏହି ପଖାଳ ଭୋଗ ଲାଗି ହେଉଥିବା ବେଳେ ଏଥିରେ ଦହି ଓ ଟେଭା ପତ୍ର ମିଶାଯାଇ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତି କରାଯାଇଥାଏ ।

ଅତ୍ୟଧିକ ଗରମ ଯୋଗୁ ମନୁଷ୍ୟ ଯେପରି  ବିଭିନ୍ନ ଖାଦ୍ୟ ପାନୀୟ ପରିବର୍ତ୍ତନ କରିଥାଏ ସେହିପରି ବହୁ ପୂର୍ବରୁ ନୁସିଂହନାଥ ପୀଠରେ ବୈଶାଖ ମାସରେ ସାତ ଦିନ ଧରି ପଖାଳ ଭୋଗ ଲାଗି ଆସୁଛି । ଚଳିତ ବର୍ଷ ପାଗ କୋହଲା ଥିଲା । ଆଜି ଅପରାହ୍ନ ୪ ଟା ସମୟରେ ମହାପ୍ରଭୁ ନୃସିଂହନାଥଙ୍କ ଠାରେ ଏହି ପଖାଳ ଭୋଗକୁ ମନ୍ଦିର ସେବାୟତମାନେ ପ୍ରସ୍ତୁତ କରିବା ପରେ ମହାପ୍ରଭୁଙ୍କ ଲାଗିବା ପରେ ଭକ୍ତମାନଙ୍କୁ ଦିଆଯାଇଥାଏ । ପଖାଳ ଭୋଗ ପାଇଁ ମନ୍ଦିର ତରଫରୁ ମାଟି ନିର୍ମିତ ପାତ୍ରରେ ଭକ୍ତମାନଙ୍କୁ ବିନା ମୂଲ୍ୟରେ ଅର୍ପଣ କରାଯାଇଥାଏ । ତେବେ ଏହି ପଖାଳ ଭୋଗ କେବଳ ନୃସିଂହନାଥ ପୀଠରେ ଲାଗୁଥିବା ବେଳେ ଶହଶ୍ରଧିକ ଭକ୍ତମାନେ ଏଠାକୁ ଆସି ପଖାଳ ଭୋଗ ସେବନ କରିଥାନ୍ତି । ମନ୍ଦିର ସେବାୟତ ସତ୍ୟ ପୁରୋହିତ, ଆଜାଦ ମାଝି, ମଧୁ ସୁଦନ ତ୍ରିପାଠୀ, ଶ୍ରୀରାମ ପୁରୋହିତ, ମହେଶ୍ବର ପାଣିଗ୍ରାହୀ, ପ୍ରମୁଖ ପଖାଳ ଭୋଗ ବଣ୍ଟନ ରେ ସହଯୋଗ କରିଥିଲେ ।

error: Content is protected !!