ପଦ୍ମପୁର – ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧୀନରେ ଥିବା ଯୁବାଖୋଲ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଅଂଶୁଘାତ ରୋକିବା ପାଇଁ ପ୍ଲାକାର୍ଡ ଓ ଛତା ଟିଏ ଧରି ପଦ୍ମପୁର ଅନେକ ସ୍ଥାନରେ ବୁଲି ବୁଲି ଲୋକ ଙ୍କୁ ସଚେତନ କରିଥିଲେ । କାନ୍ଥ ମାନଙ୍କରେ ପ୍ଲାକାର୍ଡ ମଧ୍ୟ ଲଗାଇଛନ୍ତି । ଖରା ଟାଣ ହେଲା ମାତ୍ରେ ଘରୁ । ଵାହାରିବା ଉଚିତ ନୁହେଁ। ନିହାତି ବାହାରକୁ ଯିବାରକୁ ହେଲେ ମୁଣ୍ଡରେ ଓଦା ଗାମୁଛା ପକାଇବା ଦରକାର । ଥଣ୍ଡା ପାଣି, ପିଇବା ଆବଶ୍ୟକ । ଏହି ପରି ଭାବରେ ଦେହକୁ ଶୀତଲ ରଖିଲେ ଅଂଶୁଘାତରୁ ରକ୍ଷା କରିବା ଓଡ଼ିଶାକୁ ଅଂଶୁଘାତରୁ ରକ୍ଷା କରିବା ହେଲେ ଅବିତ୍ବରିତ ଭାବରେ ହେଉଥିବା ଜଙ୍ଗଲ କଟାକୁ ବନ୍ଦ କରିବା ଉଚିତ ସହର, ନଗର ଓ ଗାଁ ଗହଳିରେ ବୃକ୍ଷରୋପଣ କରି ବୃକ୍ଷସଂଖ୍ୟା ଵଢାଇବା ଆବଶ୍ୟକ। ବୋଲି ଜ୍ୟୋତିଷ କହିଛନ୍ତି ।