Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିୱିନର ବ୍ରାଇଟ ଫ୍ୟୁଚର ବିଦ୍ୟାଳୟରେ ଶିଶୁ ଦିବସ ପାଳିତ।

ୱିନର ବ୍ରାଇଟ ଫ୍ୟୁଚର ବିଦ୍ୟାଳୟରେ ଶିଶୁ ଦିବସ ପାଳିତ।

ପଦ୍ମପୁର– ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମବାର୍ଷିକୀକୁ ସମ୍ମାନ ଜଣାଇ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ଭାରତରେ ଶିଶୁ ଦିବସ ପାଳନ କରାଯାଏ। ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ ଏବଂ ସେମାନେ ଦେଶର ଭବିଷ୍ୟତ ବୋଲି ବିଶ୍ୱାସ କରୁଥିଲେ। ତାଙ୍କର ଯତ୍ନବାନ ଏବଂ ସ୍ନେହପୂର୍ଣ୍ଣ ସ୍ୱଭାବ ଯୋଗୁଁ ପିଲାମାନେ ତାଙ୍କୁ ସ୍ନେହରେ “ଚାଚା ନେହେରୁ” ବୋଲି ଡାକୁଥିଲେ। ପଦ୍ମପୁର ସହରର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ୱିନର ବ୍ରାଇଟ ଫ୍ୟୁଚର ବିଦ୍ୟାଳୟର ଉଭୟ ପଦ୍ମପୁର ଓ ଖୁଣ୍ଟପାଲି ଠାରେ ଶିଶୁ ଦିବସ ପାଳନ କରାଯାଇଛି ।

ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କୁ ଚନ୍ଦନ ଲଗାଇ ଓ ପୁଷ୍ପ ଦେଇ ସ୍ବାଗତ କରାଯାଇଥିଲା । ଏହି ଉତ୍ସବରେ କ୍ଳଷ୍ଟର ସାଧନ କେନ୍ଦ୍ର ସଂଯୋଜକ ଅଭିଷେକ ମହାନ୍ତି ଅତିଥି ଭାବରେ ଯୋଗଦେଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଚାଚା ନେହେରୁଙ୍କ ବିଷୟରେ ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଆପାଲି ଅପରାଜିତା ଦାଶ ଓ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ପଦ୍ମନାଭ ପଣ୍ଡା ଚାଚା ନେହେରୁଙ୍କ ପରି ଭଲ ମଣିଷ ହେବା ଛାତ୍ରଛାତ୍ରୀଙ୍କ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ସହଯୋଗ କରିଥିଲେ ।

error: Content is protected !!