Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲର ଦଶମ ବାର୍ଷିକ ଉତ୍ସବ ପାଳିତ।

ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲର ଦଶମ ବାର୍ଷିକ ଉତ୍ସବ ପାଳିତ।

ପଦ୍ମପୁର-ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲର ଦଶମ ବାର୍ଷିକ ଉତ୍ସବ ୱିନର୍ ଫେଷ୍ଟ ବିଦ୍ୟାଳୟର ଖୁଣ୍ଟପାଲି ପରିସରରେ ସମାପନ ହୋଇଛି । ଏହି ବାର୍ଷିକ ଉତ୍ସବ ଦୁଇ ଦିନ ଧରି ଚାଲିଥିଲା । ଏହି ଉତ୍ସବ ନାରୀ ସଶକ୍ତିକରଣ ଉପରେ ଆଧାରିତ ଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅପାଲି ଅପରାଜିତା ଦାଶ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଥମ ଦିବସରେ ପଦ୍ମପୁର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତୀ ମମତା ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନଙ୍କୁ ଉଦବୋଧନ ଦେଇଥିଲେ । ଦ୍ଵିତୀୟ ଦିବସରେ ମାନ୍ୟବର ବରଗଡ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନାରୀ ସଶକ୍ତିକରଣର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ଭାବରେ ଦିଲ୍ଲୀରୁ ଆସିଥିବା ଅବସରପ୍ରାପ୍ତ ଭାରତୀୟ ବାୟୁସେନା ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ ମିଶ୍ର ଯୋଗ ଦେଇଥିଲେ । ତାଙ୍କ ସହ ବିଦ୍ୟାଳୟର ଚେୟାରମେନ ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର, ଟ୍ରଷ୍ଟି ଶ୍ରୀମତୀ ସଂଯୁକ୍ତା ମିଶ୍ର, ଉପାଧ୍ୟକ୍ଷ ଶ୍ରୀ ପଦ୍ମନାଭ ପଣ୍ଡା ଏବଂ ସଂଯୋଜିକା ଶ୍ରୀମତୀ ନିବେଦିତା ଦାସ ମଞ୍ଚରେ ଉପସ୍ଥିତ ଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି ବାର୍ଷିକ ଉତ୍ସବରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟ, ଗୀତ, ନାଟକ ତଥା ମଞ୍ଚ ପରିଚାଳନାକୁ ଅବିଭାବକ ମାନେ ଆନନ୍ଦ ଉଲ୍ଲାସର ସହ ଉପଭୋଗ କରିଥିଲେ ।

error: Content is protected !!