Sunday, April 13, 2025
spot_imgspot_imgspot_img
Homeଖେଳ୯୭ ତମ କୁଚିଣ୍ଡା ଜୟଦୁର୍ଗା ଫୂଟବଲ ‌ପ୍ରତିଯୋଗିତା ଉଦଘାଟିତ: ଉଦଘାଟନ ଖେଳରେ ବିଫସି ମନ୍ତ୍ରୀମୁଣ୍ଡା ବିଜୟୀ...

୯୭ ତମ କୁଚିଣ୍ଡା ଜୟଦୁର୍ଗା ଫୂଟବଲ ‌ପ୍ରତିଯୋଗିତା ଉଦଘାଟିତ: ଉଦଘାଟନ ଖେଳରେ ବିଫସି ମନ୍ତ୍ରୀମୁଣ୍ଡା ବିଜୟୀ ।

କୁଚିଣ୍ଡା(ତପନ ଦାଶ)-କୁଚିଣ୍ଡା ଉପଖଣ୍ଡ ସର୍ବପୁରାତନ କୁଚିଣ୍ଡା ଦୁର୍ଗାପୂଜା ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ଦଶହରା ଅବସରରେ ପ୍ରତିବର୍ଷ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଚଳିତ ୨୦୨୪ -୯୭ ତମ‌ ଜୟଦୁର୍ଗା ଫୁଟବଲ ଆଜି ଅପରାହ୍ନ ୧.୦୦ ଘଣ୍ଟା ସମୟରେ କୁଚିଣ୍ଡା ଦୁର୍ଗାପୂଜା କମିଟି ର ସଭାପତି ପ୍ରଦ୍ୟୁତ କୁମାର ମହାନ୍ତି ମୁଖ୍ୟ ଅତିଥି ଓ କମିଟିର ଉପସଭାପତି ଗଣେଶ ଅଗ୍ରୱାଲ, ଧିରେନ୍ଦ୍ର ମହାନ୍ତି, ସାଧାରଣ ସଂପାଦକ ଗଗନ ଶର୍ମା, କୋଷାଧ୍ୟକ୍ଷ ସଞ୍ଜିତ ଶର୍ମା ସମ୍ପାଦକ ପ୍ରତାପ ଶର୍ମା,ଫୁଟବଲ ଦାଇତ୍ୱରେ ରହିଥିବା ଅମିତ ଭୋଇ ଉପସ୍ଥିତ ରହି ଏହାକୁ ଧୁପଦୀପ ନଡିଆ ଫଟାଇ ଉଦଘାଟନ କରିଥିଲେ।

ଆଜି ତିନୋଟି ଖେଳ ଅନୁଷ୍ଠିତ ହୋଇଥିଲା।ପ୍ରଥମ ମ୍ୟାଚ ବିଏଫସି କୁଚିଣ୍ଡା ଓଜେଆରୟାଇସି ବାରଡୁଙ୍ଗରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଏଫସି କୁଚିଣ୍ଡା ୩-୦ ଫିଲ୍ଡ ଗୋଲ ରେ ବିଜୟୀ ହୋଇଥିଲେ। ଦ୍ବିତୀୟ ଖେଳ ବ୍ଲାକ ପାଇଥନ ରେଙ୍ଗାଲି ସହିତ ଜ୍ୟୋତି କୁହ୍ଲିଆମାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ‌ ଜ୍ୟୋତି କ୍ଲବ କୁହ୍ଲିଆମାଲ ୧-୦ ଗୋଲରେ ବିଜୟୀ ହୋଇଥିଲେ।

ତୃତୀୟ ମେଚ ପ୍ରିକ୍ବାଟର ଫାଇନାଲ ବିଏଫସି କୁଚିଣ୍ଡା ସହିତ ଜ୍ୟୋତି କ୍ଲବ କୁହ୍ଲିଆମାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ପ୍ରଥମ ଖେଳ ପରି ବିଏଫସି କୁଚିଣ୍ଡା ଉତ୍ତମ ଖେଳ ପ୍ରଦର୍ଶନ କରି ୨-୦ ଗୋଲରେ ବିଜୟୀ ହୋଇ କ୍ବାଟର ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲେ।ଅଫିସିଆଲ ରେ‌ ଉଦିତ ଦଶଭାୟା,ଟୁନା ମହାନନ୍ଦ,ଡିଲେଶ୍ବର ବେହେରା, ଉଦିତ ଦେଓ ତୁଲାଇଥିଲେ ।

error: Content is protected !!