
ପଦ୍ମପୁର-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁରର ୪୧ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦଯାପିତ ହୋଇଯାଇଛି। ଦ୍ବିତୀୟ ଦିବସର ପ୍ରାତଃ ପର୍ଯ୍ୟାୟରେ ଜମରତଲା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାଜେଶ ଖମାରୀ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କ୍ରୀଡ଼ାକୁ ଆରମ୍ଭ କରିଥିଲେ । ଶିଶୁ ବାଟିକା ବିଭାଗର ଖେଳ ଗୁଡିକ ବେଶ ଚିତ୍ତାକର୍ଷକ ଥିଲା।ଉଦ୍ଯାପନୀ ଉତ୍ସବରେ ଶିକ୍ଷା ବିକାଶ ସମିତି ଓଡିଶାର ଯୁଗ୍ମ ସମ୍ପାଦକ ଖଗେଶ୍ବର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଜ୍ବଳନ ପୂର୍ବକ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରି ଶିଶୁମାନେ ନିଜକୁ ଖେଳାଳୀ ମନୋଭାବ ରଖି ବିଶ୍ବ ସ୍ତରରେ ନାମ ରଖିବାର ପ୍ରୟାସ ଜାରି ରଖିବା ପାଇଁ ମାର୍ଗଦର୍ଶନ କରିଥିଲେ । ଶେଷରେ ଧ୍ଵଜା ଅବରୋହଣ କରି କାର୍ଯ୍ୟକ୍ରମକୁ ସମାପନ ଘୋଷଣା କରିଥିଲେ।

ସମ୍ମାନୀତ ଅତିଥି ଭାବରେ ଟାଉନ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଚନ୍ଦ୍ରମଣି ସାହୁ, ଶିକ୍ଷା ବିକାଶ ସମିତି ବିଦ୍ଵତ୍ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା, ସଭାପତି ପୃଥ୍ବୀରାଜ ସାହୁ,ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନ, ସମାଜସେବୀ ନିରୋଜ ଦୋରା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶାରୀରିକ ପ୍ରମୁଖ ପ୍ରଦୀପ ରାଜହଂସ ବୃତ୍ତ କଥନ କରିଥିଲେ। ସମ୍ପାଦକ ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ଉକ୍ତ କ୍ରୀଡ଼ା ସମାରୋହରେ ୭୯ ଗୋଟି ପ୍ରତିଯୋଗିତାରେ ୨୫୨ ଜଣ ପୁରସ୍କୃତ ହୋଇଥିବା ବେଳେ ଶ୍ରେଷ୍ଠ ଖେଳାଳୀ ଭାବରେ ବାଳ ବର୍ଗରୁ ଡୁଲେଶ୍ଵରୀ ନାଗ ଓ କିଶୋର ବର୍ଗରୁ ଶେଫାଳୀ ପ୍ରଧାନ ପୁରସ୍କୃତ ହୋଇଥିଲେ l ମାତୃଭାରତୀ ଓ ସମସ୍ତ ଗୁରୁଜୀ ଗୁରୁମା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।



