
୧୦୨ ରନରେ ପଦ୍ମପୁର କୁ ପରାସ୍ତ କଲା ଆର୍.ୱାଇ.ସି.ସି ରାଉରକେଲା ।
ପଦ୍ମପୁର-ଆର୍ ବି ହାଇସ୍କୁଲ୍ ପଡିଆ ଠାରେ ବୋଡାସମ୍ବର ସ୍ପୋର୍ଟିଂ ଆନୁକୁଲ୍ୟରେ ଆୟୋଜିତ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ରଜବୋଡାସମ୍ବର୍ ବ୍ଲକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା , ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସାବିତ୍ରୀ ବାଗ୍, ଡଭା ପେକ୍ସ୍ ଅଧ୍ୟକ୍ଷ ବିଜୟ କୁମାର ପ୍ରଧାନ, ପାଇକମାଲ ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ଗୌତମ ସିଂ ଯୋଗଦେଇ ଥିଲେ। ଆଜିର ଉଦ୍ଘାଟନୀ ମ୍ୟାଚ ପଦ୍ମପୁର ଓ ରାଉରକେଲା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପଦ୍ମପୁର ଦଳ ପ୍ରଥମେ ଟସ୍ ଜିଣି ବୋଲିଂ କରିଥିଲେ। ରାଉରକେଲା ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୭ୱିକେଟ୍ ହରାଇ ୨୧୩ ରନ୍ ସଂଗ୍ରହ କରିଥିଲେ।

ପ୍ରତି ଜବାବ ରେ ପଦ୍ମପୁର ଦଳ ୧୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୧ ରନ୍ ସଂଗ୍ରହ କରି ୧୦୨ ରନ୍ ରେ ପରାସ୍ତ ହୋଇଥିଲା। ଦଳ ପକ୍ଷରୁ ଧରଣୀ ବାରିକ ୨.୩ ବଲ ରେ ୧୪ ପ୍ରଦାନ୍ କରି ୩ୱିକେଟ୍ ହାସଲ କରିଥିଲେ। ସେହିପରି ବିଜୟୀ ରାଉରକେଲା ଦଳର ଅଙ୍କିତ ସିଂ ୫୨ ବଲ ରେ ୮୩ ରନ୍ ସଂଗ୍ରହ କରି ମ୍ୟାନ୍ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ। ଆଜିର ପୁରସ୍କାର ବିତରଣି ଉତ୍ସବରେ ପଦ୍ମପୁର ପ୍ରିଣ୍ଟ ମିଡ଼ିଆ ସଂଘ ଓ ଇଲେ୍ଟ୍ରୋନିକ୍ସ ମିଡ଼ିଆ ସଂଘ ର ସଦସ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ। ଆଜିର ମ୍ୟାଚ୍ କୁ ଚୂଡ଼ାମଣି ପାଢୀ ଓ ସୁଶାନ୍ତ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ରିଙ୍କୁ ବରିହା, ଅମରେଶ ବେହେରା ସ୍କୋରର, ପ୍ରକାଶ ପାତ୍ର, କୁମାର ଆନନ୍ଦ, ରୋହିଣୀ ପାଣ୍ଡେ, ଦିବ୍ୟ ପଣ୍ଡା ଓ ବିକାଶ କୁମ୍ଭାର ଉଦ୍ଘୋଷକ ଦାୟିତ୍ଵ ବହନ କରିଥିଲେ।



