ପଦ୍ମପୁର – ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ୨୯ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଦ୍ଵିତୀୟ ମ୍ୟାଚରେ ଆଜି ବିରାଟ କ୍ରିକେଟ ଏକାଡେମୀ କୋଲକାତା ଓ ୟୁନିଅନ ସ୍ପୋର୍ଟିଙ୍ଗ କଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। କୋଲକାତା ଦଳ ପ୍ରଥମେ ଟସ ଜିଣି କଟକ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ନିର୍ଦ୍ଧାରିତ ୩୦ ଓଭରରେ ଅଳଆଉଟ ହୋଇ ୨୦୮ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ସର୍ବେଶ୍ୱର ମହାନ୍ତି ୪୮ ବଲରେ ୮୦ ରନ ଏବଂ ଅକ୍ଷୟ ସିଂ ୬୦ ବଳରେ ୫୦ ରନ କରିଥିଲେ ।
କଲିକତା ପକ୍ଷରୁ ଅମନ ଆନନ୍ଦ ୫ ୱିକେଟ ନେଇଥିଲେ । ଏହାର ଜବାବରେ କଲିକତା ଦଳ ୨୪.୧ ଓଭରରେ ମାତ୍ର ୧୪୩ ରନ ସଂଗ୍ରହ କରିଥିଲେ ଫଳରେ ୬୫ରନରେ କଟକ ଦଳ ବିଜୟୀ ହୋଇଥିଲେ। ଦ୍ଵିତୀୟ ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ପଦ୍ମପୁର ଟ୍ରକ ମାଲିକ ସଙ୍ଘର ସମ୍ପାଦକ ହେମନ୍ତ ପଟ୍ଟନାୟକ ଓ ସଭ୍ୟ ବବଲୁ ସିଂ ଓ ମୁଖ୍ୟ ଆକର୍ଷଣ ଓଡ଼ିଆ ସିନେ ତାରକା ଆଦ୍ୟାଶା ବିଶ୍ୱାଳ ଯୋଗଦାନ ଦେଇ ମେନ୍ ଅଫ ଦି ମ୍ୟାଚ ଭାବରେ କଟକ ଦଳର ତାପସ ରାଉତକୁ ପୁରସ୍କୃତ କରିଥିଲେ।
ତୃତୀୟ ଦିନର ମ୍ୟାଚ ଗୁଲବର୍ଗ ସିଟି ଇଲେଭେନ କର୍ଣ୍ଣାଟକ ଓ କ୍ୟୁସିଆଇ ୱାରିଅର ଛତିଶଗଡ ମଧ୍ୟରେ ଅନୁଷ୍ଠିତ ହେବ । ଦ୍ଵିତୀୟ ଦିନର ମ୍ୟାଚକୁ ଅମ୍ପାୟାର ଶ୍ୟାମସୁନ୍ଦର ପଣ୍ଡା ଏବଂ ସୁଶାନ୍ତ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣି ପାଣ୍ଡେ ପ୍ରମୁଖ ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିଲେ ।