Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତି୨୯ ତମ ମହାଲକ୍ଷ୍ମୀ ପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ :ସାମିଲ ହେବେ ୫୦୦ କଳାକାର...

୨୯ ତମ ମହାଲକ୍ଷ୍ମୀ ପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ :ସାମିଲ ହେବେ ୫୦୦ କଳାକାର ।

ବିଜେପୁର-ସାର୍ବଜନୀନ ମହାଲକ୍ଷ୍ମୀ ପୂଜା ମହୋତ୍ସବ କମିଟୀ ପଡ଼ା ତରଫରୁ ଆସନ୍ତା ମହାଲକ୍ଷ୍ମୀ ପୂଜା ମହୋତ୍ସବ ୨୦୨୪ ପାଇଁ ରବିବାର ସନ୍ଧ୍ୟାରେ ଲକ୍ଷ୍ମୀ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ମହାଲକ୍ଷ୍ମୀ ପୂଜା ଆସନ୍ତା ଡିସେମ୍ବର ୧୨ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ହେବ l ଏହି ମହୋତ୍ସବରେ ରାଜ୍ୟର କୋଣ ଅନୁ କୋଣରୁ ଆସି ପାଖାପାଖି ୫୦୦ କଳାକାର ନିଜ ନିଜର କଲା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l

ସଭାପତି ନେତ୍ରାନନ୍ଦ ମେହେର ଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ଉପ ସଭାପତି ତେଜରାଜ ମେହେର,ସମ୍ପାଦକ ବୀରକିଶୋର ମେହେର, କୋଷାଧକ୍ଷ ସାଗର ବେହେରା ସମେତ ବରିଷ୍ଠ ସଦସ୍ୟ ମୋହନ ସିଂ କହ୍ନେଇ,ଶାନ୍ତନୁ ମିଶ୍ର ବିସିକେଶନ ମେହେର ଓ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ l ଉକ୍ତ ସଭାରେ ବିଭିନ୍ନ କାର୍ଯ୍ୟକାରୀ କମିଟୀ ମାନେ ଗଠନ କରି ଦାୟିତ୍ୱ ପ୍ରଦାନ କରାଯାଇଥିଲା l

ଲୋକ ମହୋତ୍ସବ ଆୟୋଜନ ପାଇଁ ବାଳକୃଷ୍ଣ ପଧାନ, ଦେବାଶିଷ ଦାଶ, ସୁମନ୍ତ ପଧାନ, ଉମାକାନ୍ତ ଭୋଇ, ମନୋଜ ମେହେର,ତାରାଚନ୍ଦ ମେହେର, ମାନସ ପଧାନ,ତୁଳସିରାମ ମେହେର ଙ୍କୁ ଦାୟିତ୍ୱ ଦିଆଯାଇଥିଲା lପ୍ରଚାର ପ୍ରସାର ପାଇଁ ଉମେଶ ମେହେର,ସୁବ୍ରତ ମିଶ୍ର ଙ୍କୁ ଦାୟିତ୍ୱ ଦିଆଗଲା l ସାଗର ମନ୍ଥନ ଓ ଲକ୍ଷ୍ମୀ ଲୀଳା ଆୟୋଜନ ପାଇଁ ହେମନ୍ତ ମେହେର, ସନ୍ତୋଷ ମେହେର ଓ ତେଜରାଜ ମେହେର

ଅପେରା ଦାୟିତ୍ୱ ରେ ବିଶିକେସନ ମେହେର, ଆନନ୍ଦ ବାରିକ, ବିଜୟ ମେହେର, ପ୍ରଫୁଲ୍ଲ ବଢ଼େଇ, ଦେବାଶିଷ ମିଶ୍ର ଓ ମୀନାବଜାର ପରିଚାଳନା ପାଇଁ ଗୋପବନ୍ଧୁ ମେହେର, ନୀଳାମ୍ବର ମେହେର ଓ ମିତ୍ରଭାନୁ ମେହେର ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଚଳିତ ବର୍ଷ ଶ୍ରୀମତୀ ବିନୋଦିନୀ ବେହେରା ଏବଂ ଗୋବିନ୍ଦ ବେହେରା କର୍ତ୍ତା ଭାବେ ଦାୟିତ୍ୱ ତୁଲାଇବା ପାଇଁ ସ୍ଥିରିକୃତ ହୋଇଛି l

error: Content is protected !!