
ବରପାଲି-ବରପାଲି ବ୍ଳକ ମହଦା ନେହେରୁ ନଗର ରାସ୍ତା କଡ ଗଛରେ ଏକ ବାଇକ ବାଡେଇ ହୋଇ ଦୁଇ ଯୁବକଙ୍କ ମୃତ୍ଯୁ ହୋଇଯାଇଛି। ଗତ ବୁଧବାର ରାତ୍ର ସମୟରେ ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ ଅଞ୍ଚଳର ଦୁଖନାସନ ସେଟ ୨୯ ବର୍ଷ ଓ ବିନୋଦ ନାଏକ ୨୮ ଓଡିଆ ୩୧ଏନ ୭୧୮୨ ନମ୍ବର ଆପାଚି ବାଇକରେ କୌଣଷି ବ୍ୟକ୍ତିଗତ କାର୍ଯ୍ଯରେ ବରପାଲି ପଟକୁ ଆସୁଥିଲେ। ହେଲେ ନଗର ରାଜପଥ ମୁଡାଣି ପାର ହେଉଥିବା ସମୟରେ ଭାରସାମ୍ଯ ହରାଇ ଗଛରେ ବାଡେଇ ହୋଇଥିଲେ। ଦୁର୍ଘଟଣାରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ଯୁବରଣ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ସ୍ଥାନିୟ ଡାକ୍ତରଖାନାରେ ପହଞ୍ଚାଇଥିଲେ। ପରେ ନିଜ ହେପାଜଦରେ ଶବବ୍ୟବଚ୍ଛ୍ୟଦ ନିମନ୍ତେ ବରଗଡକୁ ପଠାଇ ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରଖିଛି।



