Sunday, November 24, 2024
spot_imgspot_imgspot_img
Homeରାଜ୍ୟ୨୫ ଦଫା ଦାବୀ ନେଇ ରାଜ୍ୟପାଳଙ୍କ ସହ ଆଲୋଚନା କଲେ କଳାହାଣ୍ଡି ଅଧିବାସୀ ।

୨୫ ଦଫା ଦାବୀ ନେଇ ରାଜ୍ୟପାଳଙ୍କ ସହ ଆଲୋଚନା କଲେ କଳାହାଣ୍ଡି ଅଧିବାସୀ ।

ଭୁବନେଶ୍ୱର – ଗାନ୍ଧୀ ଜୟନ୍ତୀରୁ ୨୫ ଦଫା ଦାବୀ ନେଇ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଠାରୁ ପଦଯାତ୍ରା ଆରମ୍ଭ କରିଥିବା କଳାହାଣ୍ଡି ଜିଲ୍ଲାର ୨୫ ଜଣ ଅଧିବାସୀ ଚଳିତ ଅକ୍ଟୋବର ୧୮ ତାରିଖ ଶୁକ୍ରବାର ଦିନ ରାଜ୍ୟପାଳ ରଘୁବର ଦାସଙ୍କୁ ରାଜଭବନରେ ସାକ୍ଷାତ କରିଛନ୍ତି । ଜନ ସଂଗ୍ରାମ ସମିତି, କଳାହାଣ୍ଡି ପକ୍ଷରୁ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇଥିବା ଏହି ଅଧିବାସୀଙ୍କ ସହ ରାଜ୍ୟପାଳ ଶ୍ରୀ ଦାସ ବିଷଦ ଆଲୋଚନା କରି ତାଙ୍କର ଦାବୀ ଗୁଡ଼ିକୁ ଧର୍ଯ୍ୟର ସହ ଶୁଣିଥିଲେ ।

ଆଲୋଚନା ସମୟରେ ଅଧିବାସୀମାନେ ପ୍ରାୟ ୬୦୦ କି.ମି.ରୁ ଉଦ୍ଧ୍ୱର୍ ପଦଯାତ୍ରା କରି ଆସିଥିବା ଜାଣି ରାଜ୍ୟପାଳ ଶ୍ରୀ ଦାସ ପଦଯାତ୍ରା ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଅଧିବାସୀମାନଙ୍କର ଦାବୀ ସମାଧାନ ତଥା ଅଂଚଳର ବିକାଶ ପାଇଁ ରାଜ୍ୟ ସରକାର ଏବଂ କଳାହାଣ୍ଡି ଜିଲ୍ଲା ପ୍ରଶାସନ ସହିତ ଆଲୋଚନ କରିବାକୁ ଆଶ୍ୱାସନା ଦେଇଥିଲେ । ଆଲୋଚନା ପରେ ଜନ ସଂଗ୍ରାମ ସମିତି, କଳାହାଣ୍ଡିର ସଭାପତି ଶ୍ରୀ ସାଉଳ ମଙ୍ଗରାଜ ରାଜ୍ୟପାଳଙ୍କ ସହ ହୋଇଥିବା ଆଲୋଚନାରେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ରାଜ୍ୟପାଳଙ୍କ ଅନୁରୋଧ ରକ୍ଷା କରି ପଦଯାତ୍ରା ବନ୍ଦ କରାଯିବ ବୋଲି ପ୍ରକାଶ କରିଥିଲେ ।

error: Content is protected !!