ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ଠାରେ ଚାଲିଥିବା ୨୦ ତମ ପାତାଳୀ ମହୋତ୍ସବରେ ବିଜୟ ମେଣ୍ଡଲି ଓ କେଦାର ଦାସ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାତାଳୀ ସେନା, ଚାଷୀ ବଂନ୍ଧୁ ଏଗ୍ରିକଲଚର ପ୍ରଡୁଶର କମ୍ପାନୀ ଓ ଆମ ଓଡ଼ିଶା ସମ୍ବାଦ ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
![](https://jagrataprahari.com/wp-content/uploads/2024/11/IMG-20241105-WA0259-1024x512.jpg)
ଉକ୍ତ ଶିବିର ରେ ପୂର୍ବତନ ପରିବହନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଯାଲୋଏ ମେଡିକାଲ ଅଫିସର ଡ଼ଃ ମନ ପଣ୍ଡା ଓ କୋଟସମଲାଏ ମେଡିକାଲ ଅଫିସର ଡ଼ଃ ଆଦିତ୍ୟ ଶ୍ରୀତମ ରାଉତ ଅତିଥି ଭାବରେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିବାବେଳେ ଶିବିର କୁ ପାତାଳି ସେନା ର ସମସ୍ତ ସଭ୍ୟ ସହଯୋଗ କରିଥିଲେ l
![](https://jagrataprahari.com/wp-content/uploads/2025/02/rising-star-6x3-1-pc-1024x512.jpg)
ଶିକ୍ଷକ ମହେଶ ଦେହୁରୀ, ଅନିରୁଦ୍ଧ ପାଢ଼ୀ ସାମ୍ବାଦିକ ମଣ୍ଟୁ ମନ୍ତ୍ରା ପ୍ରେମା ନନ୍ଦ ନାଏକ, ରାଜେଶ ବାଘ, ପାତାଳି ଟ୍ରଷ୍ଟ ର ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ପlଢି, ଜଗଦୀଶ କର୍ଣ୍ଣ,ଜାନକୀ ରାମ ଦେହୁରୀ, ପାତାଳି ଟ୍ରଷ୍ଟ ସଭାପତି ଉତ୍ତର ପାତ୍ର, ନୀଳମଣି ମେଣ୍ଡଳୀ, ପ୍ରମୁଖ ରକ୍ତଦାନ ଶିବିର ରେ ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ l ଉଲୁଣ୍ଡା ବ୍ଲକ ସମ୍ବାଦ ପ୍ରତିନିଧି କୁଶ ବଘାର ଏହି ଶିବିରକୁ ପରିଚାଳନା କରି ଥିଲେ l
![](https://jagrataprahari.com/wp-content/uploads/2024/10/Rahaul-3x5-copy-1024x614.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)