Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତି୧୭ ରୁ ବାହାରିବ କୋଶଲ ଅସ୍ମିତା ରଥ ।

୧୭ ରୁ ବାହାରିବ କୋଶଲ ଅସ୍ମିତା ରଥ ।

ପାଟଣାଗଡ କୋଶଲେଶ୍ୱରୀ ମନ୍ଦିର ରୁ ବୈଦ୍ୟନାଥ କୋଶଲେଶ୍ୱର ମନ୍ଦିର

ଦଶଟି ଜିଲ୍ଲା ବୁଲି ସଚେତନ କରିବ ରଥ ।

ବରଗଡ-ପଶ୍ଚିମ ଓଡିଶାର ଅସ୍ମିତା ବର୍ତ୍ତମାନ ଘୋର ସଂକଟରେ ପଡିଛି । ଏହାର ଭାଷା ସଂସ୍କୃତି ତଥା ଅସ୍ମିତାର ସୁରକ୍ଷା ଓ ସଂମ୍ବୃଦ୍ଧି ସକାଶେ ସାଧାରଣ ଜନତାକୁ ସଚେତନ କରିବା ନିମନ୍ତେ ବଲାଂଗିର, କଲାହାଣ୍ଡି, ନୁଆପଡା, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ବୌଦ୍ଧ, ସୁବର୍ଣ୍ଣପୁର ଆଦି ଦଶଟି ଜିଲ୍ଲାରେ କୋଶଲ ଅସ୍ମିତା ରଥ ବୁଲିବା ସହ ପ୍ରତି ଜିଲ୍ଲା ସଦର ମହକୁମାରେ ସାଧାରଣ ଜନତା, ଯୁବଶକ୍ତି, ମାତୃଶକ୍ତି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ନେତୃମଣ୍ଡଳୀ ଓ ଗଣମାଧ୍ୟମ ପ୍ରତିନିଧିମାନଂକୁ ନେଇ ସଭା ସମିତି ଅନୁଷ୍ଠାନ କରିବାକୁ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମି ଓ କୋଶଲ ହେରିଟେଜ ଟ୍ରଷ୍ଟ ତରଫରୁ ନିଷ୍ପତି ହୋଇଛି । ଏହି କୋଶଲ ଅସ୍ମିତା ରଥ ଚଳିତ ସେପ୍ଟେମ୍ବର ୧୭ ତାରିଖ ବଲାଂଗିର ଜିଲ୍ଲା ପାଟଣାଗଡ କୋଶଲେଶ୍ୱରୀ ମନ୍ଦିରରୁ ବାହାରି ୨୩ ତାରିଖ ସୁବର୍ଣ୍ଣପୁର ଜିଲ୍ଲାର ବୈଦ୍ୟନାଥ କୋଶଲେଶ୍ୱର ମନ୍ଦିରରେ ଯାତ୍ରା ଶେଷ ହେବ ।

ଏହି ଯାତ୍ରା ସମୟରେ ରାସ୍ତାରେ ପଡୁଥିବା ବିଭିନ୍ନ ସହର ଓ ଗ୍ରାମରେ ପଥପ୍ରାନ୍ତ ସଭା ହେବ । ଏହି କାର୍ଯ୍ୟକ୍ରମରେ ଏକାଡେମୀର ସଭାପତି ପଦ୍ମଶ୍ରୀ ଡ.ଶ୍ରୀନିବାସ ଉଦଗାତା, ଉପସଭାପତି ପଦ୍ମଶ୍ରୀ ହଲଧର ନାଗ, ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ଉପରୋକ୍ତ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗଦାନ କରିବାକୁ ଏକାଡେମୀର ସାଧାରଣ ସଂପାଦକ ଗୋରେଖନାଥ ସାହୁ ଓ ଯୁଗ୍ମ ସଂପାଦକ ସାକେତ ଶ୍ରୀଭୂଷଣ ସାହୁ ଅନୁରୋଧ କରିଛନ୍ତି ।

error: Content is protected !!