Saturday, March 7, 2026
Homeଅଘଟଣ୧୭୪ ବୋତଲ କଫ ସିରଫ ଜବତ : ଜଣେ ଗିରଫ ।

୧୭୪ ବୋତଲ କଫ ସିରଫ ଜବତ : ଜଣେ ଗିରଫ ।

ପଦ୍ମପୁର – ନାଗେନମାଲ ରାସ୍ତାରେ ଯାଉଥିବା ସ୍କୁଟି ଉପରେ ଚଢାଉ କରି ବିପୁଳ ପରିମାଣର କଫ ସିରଫ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ପୁଲିସ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁରର ଏକ ଟିମ୍ ନାଗେନମାଲ୍ ରାସ୍ତାରେ ଯାଉଥିବା ସ୍କୁଟି ଉପରେ ଚଢାଉ କରି ୧୭୪ ବୋତଲ କଫ ସିରଫ, ୬୧୯ ଗୋଟି ଇଞ୍ଜେକସନ୍, ନଗଦ ୨୬୫୦୦ ଟଙ୍କା,

୨ ଗୋଟି ମୋବାଇଲ, ସ୍କୁଟିକୁ ଜବତ କରିବା ସହ ଅଭିଯୁକ୍ତ ଭୀମସେନ କରେଇ ଓରଫ ବିଟୁକୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମମତା ନାଏକ ସୂଚନା ଦେଇଛନ୍ତି। ଚଢାଉ ବେଳେ ଏସ୍ ଆଇ ଧନେଶ୍ଵର ସାହୁ, ଏ ଏସ୍ ଆଇ ପୀତବାସ ପଟେଲ, ହାବିଲଦାର ପ୍ରକାଶ ଆଚାର୍ଯ୍ୟ ଏବଂ ସୁରେନ୍ଦ୍ର ସାଗର ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!