Sunday, February 23, 2025
spot_imgspot_imgspot_img
Homeଖେଳ୧୬ ତମ ରାମଧୁନ କପ ସର୍ବ ଭାରତୀୟ ଫୁଟବଲ:କଟକ ମା ମଙ୍ଗଳା କ୍ଳବ୍ ଚାମ୍ପିଅନ ।

୧୬ ତମ ରାମଧୁନ କପ ସର୍ବ ଭାରତୀୟ ଫୁଟବଲ:କଟକ ମା ମଙ୍ଗଳା କ୍ଳବ୍ ଚାମ୍ପିଅନ ।

ସୁବର୍ଣ୍ଣପୁର- ୧୬ ତମ ରାମଧୁନ କପ ସର୍ବ ଭାରତୀୟ ଫୁଟବଲ ଚାମ୍ପିୟନ ସିପ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ସୁବର୍ଣ୍ଣପୁର ଠାରେ ମହା ସମାରୋହରେ ଆଜି ଉଦଯାପିତ ହୋଇଯାଇଛି l ଆଜି ଗ୍ରାଣ୍ଡ ଫାଇନାଲ ମ୍ୟାଚ ରେ କଟକ ସ୍ପୋର୍ଟସ ହଷ୍ଟେଲ ଓ କଟକ ମା ମଙ୍ଗଳା କ୍ଲବ୍ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଟିତ ହୋଇ ଯାଇଛି l ସ୍ପୋର୍ଟସ ହଷ୍ଟେଲ ଦଳ କୁ ୨-୧ ଗୋଲ୍ ରେ ହରାଇ ମା ମଙ୍ଗଳା କ୍ଳବ୍ କଟକ ଦଳ ୨୦୨୫ ଅଲ୍ ଇଣ୍ଡିଆ ଟୁର୍ଣ୍ଣl ମେଣ୍ଟ ର ଚାମ୍ପିଅନ ହୋଇଛି l ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାର ଙ୍କ ପବ୍ଲିକ୍ ଆକାଉଣ୍ଟ ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଖେଳ କୁ ଉଦଘାଟନ କରି ଆୟୋଜକ ଓ ଖେଳାଳୀ ଙ୍କୁ ଉତ୍ସାହିତ କରି ବିଜେତା ଦଳ କୁ ଆୟୋଜକ କମିଟି ପକ୍ଷରୁ ବିଜେତା ଦଳ ମା ମଙ୍ଗଳା କଟକ କୁ ଶ୍ରୀ ପୁଜାରୀ ଙ୍କ ଦ୍ବାରା ଟ୍ରଫି ସହ ୫୦ ହଜାର ଟଙ୍କା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ୩୦ ହଜାର ଟଙ୍କା କେସ ପ୍ରାଇଜ୍ ପ୍ରଦାନ୍ କରାଯାଇଛି l

ସମ୍ମାନିତ ଅତିଥି ଭାବରେ ଡୁଙ୍ଗୁରୀପାଲି ବ୍ଳକ୍ ଉପାଧ୍ୟକ୍ଷ ବେଲାର ସେନ୍ ସାହୂ, ବିରମହାରାଜ ପୁର ବ୍ଳକ୍ ଉପାଧ୍ୟକ୍ଷ ନାରାୟଣ ଲୁହା, ସୋନପୁର ପ୍ରାକ୍ତନ ପୌର ଅଧ୍ୟକ୍ଷ କଇରୁ ସ୍ବାଇଁ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଜିଲ୍ଲା କ୍ରିଡ଼ା ସଂଘ ଉପଦେଷ୍ଟା ଚିତ୍ତ ରଞ୍ଜନ ତରା ସିଆ, ନନ୍ଦ କିଶୋର ତ୍ରୀପାଠୀ, ସାମ୍ୱାଦିକ ମୃତ୍ୟୁଞ୍ଜୟ ଶତପଥୀ, ଯୁବ ନେତା ଜିତେନ୍ଦ୍ର ସାହୁ, ପ୍ରଭାତ ଦାନୀ, ଶାଶ୍ଵତ ମିଶ୍ର, ଡ୍ରଗିଷ୍ଟ୍ କେମିଷ୍ଟ୍ ଆସୋସିଏସନ୍ ସଂପାଦକ ସତ୍ୟ ନାରାୟଣ ଦରୁଆନ , +୨ ଅନୁଷୟା କୋଚିଙ୍ଗ ଡାଇରେକ୍ଟର ଜଗତ ଶିରୋମଣି ମେହେର , ଜିଲ୍ଲା କ୍ରିକେଟ ସଂଘ ସଭାପତି ରାମ ଶଙ୍କର ସାହୁ, କଟକ ସ୍ପୋର୍ଟସ ହଷ୍ଟେଲ ଦଳ ର ଫ୍ରାଞ୍ଚାଇଜ୍ ସଂସ୍କାର ଆଗ୍ରୋ ଏମଡି ଲୋକ ନାଥ ରଥ ଓ କଟକ ମା ମଙ୍ଗଳା କ୍ଳବ୍ ଦଳ ର ଫ୍ରାଞ୍ଚାଇଜ୍ ନାଇସେଟ୍ କମ୍ପ୍ୟୁଟର ଡାଇରେକ୍ଟର ରମଣ ପଧାନ ଯୋଗ ଦେଇ କୃତୀ ଖେଳାଳି , ମ୍ୟାନ ଅଫ ଦି ମ୍ୟାଚ୍ ଖେଳାଳୀ ଓ ୱୀନର ରନର୍ସ ଦଳ କୁ ଉତ୍ସାହିତ କରିଥିଲେ l

ଆଜିର ଫାଇନାଲ ଖେଳ କୁ ମୁଖ୍ୟ ରେଫରୀ ସଞ୍ଜୀବ ସାହୁ, ଜିତେନ୍ଦ୍ର ଥନାପତି ,, ଦିଲ୍ଲୀପ ରାଉତ , ସଂଜନ୍ କୁଦେଇ ପରିଚାଳନା କରିଥିଲେ l ପ୍ରବୁଦତ୍ତ କୁମ୍ଭାର , ଦିଗାମ୍ବର ଶତପଥୀ, ଓ ମନୋରଞ୍ଜନ ତ୍ରୀପାଠୀ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରି ଥିଲେ l ମ୍ୟାନ ଅଫ ଦି ମ୍ୟାଚ୍ ଭାବେ କଟକ ମା ମଙ୍ଗଳା କ୍ଳବ୍ ଦଳ ର ବିଜୟ ବାରିକ୍ ଙ୍କୁ ଓ ମ୍ୟାନ ଅଫ ଦି ସିରିଜ୍ ଭାବେ ଏହି ଦଳ ର ଦିନ ବନ୍ଧୁ ଦାସ ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବେଷ୍ଟ ଏମର୍ଜିଂ ଖେଳାଳି ଭାବେ ସ୍ପୋର୍ଟସ ହଷ୍ଟେଲ ଦଳ ର ଜଗନ୍ନାଥ ଟୁଡୁ , ବେଷ୍ଟ ଗୋଲ କିପର ଭାବରେ ସ୍ପୋର୍ଟସ ହଷ୍ଟେଲ ଦଳ ର ସଞ୍ଜୟ ହେମ୍ରମ ଓ ବେଷ୍ଟ ଡିଫେନ୍ସ ଖେଳାଳି ଭାବେ ମା ମଙ୍ଗଳା କ୍ଳବ୍ ର ରାକେଶ ସାହୁ, ବେଷ୍ଟ ଡିସିପ୍ଲିନ ଖେଳାଳୀ ଭାବେ ଧନେଶ୍ୱର ବେହେରା, ଓ ବେଷ୍ଟ ଡିସିପ୍ଲିନ ଟିମ ଭାବେ ଉମେଶ ବ୍ରଦର୍ସ ଝାର ଖଣ୍ଡ ଦଳ କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରା ଯାଇଛି l l କ୍ଲବ୍ ସଂପାଦକ ପୀୟୂଷ ପଣ୍ଡା ଙ୍କ ତାତ୍ଵାବଧାନ ରେ ଅନୁଷ୍ଟିତ ସଭା କୁ କ୍କବ୍ ଉପଦେଷ୍ଟା ଚିତ୍ତ ରଞ୍ଜନ ତରାସିଆ ସଂଯୋଜନା କରିଥିବା ବେଳେ l ଆଜିର ଫାଇନାଲ ମ୍ୟାଚ କୁ ହଜାର ଦର୍ଶକ ଉପଭୋଗ କରିଥିବା ବେଳେ ସୁବର୍ଣ୍ଣପୁର ର ସମସ୍ତ ଫୂଟବଲ ପ୍ରେମୀ , ଭେଟରାନ୍ ଫୁଟବଲ୍ ଖେଳାଳି ମିଡିଆ , ବୁଦ୍ଧିଜୀବି ରାମଧୁନ କ୍ଲବ ମଝିପଡ଼ାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

error: Content is protected !!