Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତି୧୪୭ତମ ଶୀତଳଷଷ୍ଠୀ ଯାତ୍ରାର ଶୂଭାରମ୍ଭ:ନଟରାଜ ଦେବଙ୍କ ସଂସ୍ଥାପନା ।

୧୪୭ତମ ଶୀତଳଷଷ୍ଠୀ ଯାତ୍ରାର ଶୂଭାରମ୍ଭ:ନଟରାଜ ଦେବଙ୍କ ସଂସ୍ଥାପନା ।

ବରପାଲି-ବରପାଲିର ୧୪୭ ତମ ଶୀତଳ ଷଷ୍ଠୀ ଯାତ୍ରା ଗୁରୁବାର ଆରମ୍ଭ ହୋଇଯାଇଛି। ରାତି ୧୨ ଟାରେ ସ୍ଥାନୀୟ ନୃପରାଜ କ୍ଲବ (ଭଣ୍ଡାର ଗୃହ) ଠାରେ ବମ୍ କପିଳେଶ୍ବର ବାବା ଓ ଜଗତ ଜନନୀ ମାତା ପାର୍ବତୀଙ୍କ ଜୟ ଜୟକାର କରିବା ସହ ପୂଜକ ଗୋପାଳ ମିଶ୍ର ଓ ସୁବଳ ମିଶ୍ର, ପଣ୍ଡିତ ସଦାନନ୍ଦ ଦାଶ, ମନ୍ତ୍ରଉଚ୍ଚାରଣ କରିଥିଲେ । ସାରା ସହରରେ ବାଣ ଫୁଟାଇ ଚଳିତ ବର୍ଷର କାର୍ଯ୍ୟକ୍ରମକୁ ସ୍ବାଗତ କରାଯାଇଥିଲା । କମିଟି ପକ୍ଷରୁ ଆନନ୍ଦ ବାବୁ ସମ୍ପାଦକ ଜୟନ୍ତ ତ୍ରିପାଠୀ, ସହ ସମ୍ପାଦକ ବାଳକୃଷ୍ଣ ପୂଜାହାରୀ, ସଂସ୍କୃତିକ ସମ୍ପାଦକ ପିଙ୍କୁ ସାହୁ, ସ‌ହ ସମ୍ପାଦକ ସଂଜୟ ଗୁପ୍ତା, ସୁପ୍ରଭାତ ସାହୁ, ସ୍ମରଣିକା କମିଟି ମୁଖ୍ୟ ଅରୁଣ ପଣ୍ଡା, ଦେବେନ୍ଦ୍ର ସାହୁ, ନିର ମିଶ୍ର, ପଦ୍ମଲୋଚନ ସାହୁ, ଶ୍ୟାମକୁମାର ସାହୁ, ପ୍ରମୁଖ ଉପସ୍ଥିତ ରହିଥିଲେ ।

ପରେ ସକାଳ ୧୦ ଟାରେ ଭଣ୍ଡାର ଗୃହ ସମ୍ମୁଖରେ ନଟରାଜ ମୂର୍ତ୍ତି ସଂସ୍ଥାପନ କରି ଶତ ଆରତୀ ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ଚଳିତ ବର୍ଷ ହିମାଦ୍ରୀ ନଗର ହୋଇ ଥିବା ଶିବାଜୀ କ୍ଲବର ଶୈବ ଭକ୍ତବୃନ୍ଦ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଭଣ୍ଡାର ଗୃହରେ ପହଞ୍ଚି ନଟରାଜ ମୂର୍ତି ପୂଜାର୍ଚନା କଲାପରେ ଶୋଭାଯାତ୍ରାରେ ହିମାଦ୍ରୀ ନଗର ଅଭିମୂଖେ ନଟରାଜ ଦେବଙ୍କୁ ବୋହି ନେଇଥିଲେ। ପରେ ପୂଜାର୍ଚ୍ଚନା ନିତିକାନ୍ତି ପାଳିତ ହୋଇ ପଣ୍ତିତ ମାନଙ୍କ ସହାୟତାରେ ସ୍ଥାପନ କରାଯାଇଥିଲା। ଅପରାହ୍ନରେ ଭଣ୍ଡାର ଗୃହରୁ ଯାତ୍ରା କମିଟିର ଏକ ଭବ୍ୟ ଶୋଭାଯାତ୍ରା ବାହାରି କପିଳେଶ୍ଵର ମନ୍ଦିର ପହଞ୍ଚି ସେଠାରେ କପିଳେଶ୍ଵର ବାବା ଓ ମାତା ପାର୍ବତୀଙ୍କୁ ପୂଜା ଅର୍ଚ୍ଚନା ପରେ ନଗର ପରିକ୍ରମା କରି ଭଣ୍ଡାର ଗୃହକୁ ଅଣାଯାଇଥିଲା। ଶୋଭାଯାତ୍ରା ସମୟରେ ଦୁଲ୍ ଦୁଲି ବାଜା, ଘଣ୍ଟ ବାଦ୍ୟ, ଡିଜେ ଓ ସାଂସ୍କୃତିକ ଦଳ ମାନ ସାମିଲ ହୋଇଥିଲେ । ସ୍ଥାନିୟ ଗାନ୍ଧୀ ଛକ ନିକଟରେ ଭକ୍ତମାନଙ୍କ ଦ୍ବାରା ଦେବ ଦମ୍ପତିଙ୍କୁ ସହସ୍ର ଆରତୀ ଅର୍ପଣ କରାଯାଇଥିଲା ।

ରାତ୍ରରେ କପିଳେଶ୍ଵର ମନ୍ଦିରରେ ମହାଦୀପ ସଂସ୍ଥାପନ କରାଯାଇଥିଲା । ଭଣ୍ଡାର ଗୃହ ସମ୍ମୁଖରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସୂଚନା ଯୋଗ୍ୟ ପୁରାଣ କଥା ବସ୍ତୁ ଅନୁସାରେ ବ୍ରହ୍ମାଙ୍କ ବରରେ ବଳିୟାନ ତାରକାସୁରର ଅତ୍ୟାଚାରରେ ଅତିଷ୍ଠ ଦେବଗଣ ଶିବ ପାର୍ବତୀଙ୍କ ଔରସରୁ ଜାତ ସନ୍ତାନ ତାକୁ ବଧ କରିବ ବୋଲି ଜାଣିବା ପରେ ଦେବ ଦମ୍ପତିଙ୍କ ବିବାହ ଆୟୋଜନ କରିଥିଲେ। ଷଷ୍ଠୀ ତିଥ୍‌ରେ ଶିବ ପାର୍ବତୀଙ୍କ ବିବାହ ପରେ ଧରାପୃଷ୍ଟ ଶୀତଳ ହୁଏ । ତେଣୁ ସର୍ବସାଧାରଣ ଏହାକୁ ଶିବ ପାର୍ବତୀଙ୍କ ବିବାହରେ ଶୀତଳଷଷ୍ଠୀ ମହୋତ୍ସବ ରୂପଦେଇ ଉତ୍ସବ ପାଳିଥାନ୍ତି।

error: Content is protected !!