Saturday, March 7, 2026
Homeଖେଳ୧୨ତମ ଏମଆରସିସି କ୍ରିକେଟ କପ ନୂଆପାଲି ଉଦଯାପିତ : ନିଞ୍ଜା ସ୍ପୋର୍ଟିଂ ଚମ୍ପିୟାନ ।

୧୨ତମ ଏମଆରସିସି କ୍ରିକେଟ କପ ନୂଆପାଲି ଉଦଯାପିତ : ନିଞ୍ଜା ସ୍ପୋର୍ଟିଂ ଚମ୍ପିୟାନ ।

ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ନୂଆପାଲି ର ୧୨ ତମ ଏମଆରସିସି କ୍ରିକେଟ କପ ଉଦଯାପିତ ହୋଇଯାଇଛି । ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୁବନେତା ପ୍ରିତେଶ ବହିଦାର ଏବଂ ଅନ୍ୟତମ ଅତିଥି ଭାବେ ମନୋଜ ନାଏକ, ବାଞ୍ଛାନିଧି ନାୟକ, ମିନକେତନ ସାହୁ, ସୁଦାମମହାନନ୍ଦ, ପ୍ରଭାତ ମିଶ୍ର, ଗୋପବନ୍ଧୁ ସାହୁ, ଅଜିତ ବିଶ୍ୱାଳ,ସୁଶାନ୍ତ ଦାଶ, ଶାନ୍ତନୁ ପ୍ରଧାନ ପ୍ରମୁଖ ଯୋଗଦାନ କରି ବିଜୟୀ ଦଳକୁ ପୁରଷ୍କୃତ କରିଥିଲେ ।

ଫାଇନାଲ ମ୍ୟାଚ ନିଞ୍ଜା ସ୍ପୋର୍ଟିଂ ପଦ୍ମପୁର ଓ ଗୌଡ଼ପାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ନିଞ୍ଜା ସ୍ପୋର୍ଟିଂ ୧୮୩ ରନର ବିଜୟ ଲକ୍ଷ୍ୟ ଦେଇଥିବା ନିଞ୍ଜା ସ୍ପୋର୍ଟିଂ ବିପକ୍ଷରେ ଗୌଡ଼ପାଲି ଦଳ ମାତ୍ର ୯୦ ରନ ସଂଗ୍ରହ କରିଥିଲା ନିଞ୍ଜା ସ୍ପୋର୍ଟିଂ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ରାଜୁ ପଟେଲ ଓ କୈଳାଶ ଡନସନା ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ ।

ମ୍ୟାଚର ଧାରା ବିବରଣୀ ଲାଇଭ ଷ୍ଟ୍ରିମିଙ୍ଗ ହେଲୋ ଏସପି ୟୁଟ୍ୟୁବର ସୁଶାନ୍ତ ପ୍ରଧାନ ପ୍ରଦାନ କରିଥିଲେ । ଡୋଳା ପଟେଲ, କରନ ପଟେଲ, ଅମନ ପଟେଲ, ଚିତ୍ତ, ପରମାନନ୍ଦ, କମଲେଶ୍ୱର,ମେଘାଶିଷ,ଜୟଦେବ ପରିଚାଳନାରେ ସହଯୋଗ କରିଥିଲେ ।

error: Content is protected !!