Saturday, March 7, 2026
Homeଅଘଟଣ୧୦ କ୍ୱିଣ୍ଟାଲ ମହୁଲ ଫୁଲ ସହ ମହିନ୍ଦ୍ରା ଟ୍ରାକ୍ଟର ଓ ଜଣେ ଗିରଫ ।

୧୦ କ୍ୱିଣ୍ଟାଲ ମହୁଲ ଫୁଲ ସହ ମହିନ୍ଦ୍ରା ଟ୍ରାକ୍ଟର ଓ ଜଣେ ଗିରଫ ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)– ବଲାଙ୍ଗୀର ଜିଲ୍ଲା, ପାଟଣାଗଡ଼ ବ୍ଳକ,ମରୁଆଁ ପଞ୍ଚାୟତର ପାଢେଲ ଗ୍ରମରୁ ବାଗମୁଣ୍ଡ ରାସ୍ତା ଦେଇ ଯାଉଥିବା ବେଳେ ଫୁଲମୁଣ୍ଡା ଠାରେ ଗୋଟିଏ ମହୁଲ ଫୁଲ ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ ପାଟଣାଗଡ଼ ଅବକାରୀ ବିଭାଗ। ଏହି ଚଢାଉରେ ଜଣାପଡିଥିଲା ଯେ ମହୁଲ ଫୁଲଟି ବେଆଇନ ଭାବରେ ଚାଲାଣ କରାଯାଉଥିଲା। ତଦନ୍ତରୁ ଜଣାପଡିଛି ଯେ ଟ୍ରାକ୍ଟରରେ ୧୦ କ୍ଵିଣ୍ଟାଲରୁ ଅଧିକ ଜାଉଥିଲା ଓ ମହୁଲ ଫୁଲର ମୂଲ୍ୟ ହାରାହାରି ୫୫,୦୦୦ ଟଙ୍କା ହେବ ବୋଲି ସୁଚନା ଦେଇଛନ୍ତି ଅବକାରୀ ବିଭାଗ।

ଅଭିଯୁକ୍ତ ଜଣକ ପାଢେଲ ଗ୍ରାମର ସୁବଳ ମଲ୍ଲିକ ବୋଲି ଅବକାରୀ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ରାଜକୁମାର ବେହେରା ସୁଚନା ଦେଇଛନ୍ତି। ମହୁଲଫୁଲ ବୋଝେଇ ମହିନ୍ଦ୍ରା ଟ୍ରାକ୍ଟର (OD 03 Z 4680)(OD 03 A 7363) କୁ ଜବତ କରି ଅଭିଯୁକ୍ତ ସୁବଳ ମଲ୍ଲିକ କୁ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଥିଲେ।

error: Content is protected !!