
ପଦ୍ମପୁର(ରିଙ୍କୁ ଦେବତା)-ହୋଲି ପର୍ବରେ ଦେହରେ ରଙ୍ଗ ଅବିର ଲାଗିବା ପୂର୍ବରୁ ଲାଗିଲା ରକ୍ତର ଛିଟା । କାର ଦୁର୍ଘଟଣାରରେ ତିନି ଜଣ ଗୁରୁତର। ଏଭଲି ଏକ ଦୁଃଖଦ ଖବର ଆସିଛି ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଗୁଦୋରପାଲିରୁ । ମିଲିଥିବା ସୂଚନା ଅନୁସାରେ ଜଗଦଳପୁର ଥାନା ଅନ୍ତର୍ଗତ ଗୌଡ଼ମାଲ ଗାଁର ସୁରଜ ମେହେର ଓ ତାଙ୍କ ଦୁଇ ସହଯୋଗୀ ଗୋଟିଏ କାରରେ ବାଲିଯୋରୀ ବଜାରକୁ ଯାଉଥିଲେ । ଗୁଦେରପାଲି ଘେଁସାଲି ନଦୀ ନିକଟରେ କାରଟି ଭାରସାମ୍ଯ ହରାଇ ରାସ୍ତାକଡରେ ଥିବା ଗଛରେ ପିଟି ହୋଇଥିଲା । ସ୍ଥାନୀୟ ଲୋକ ଗୁରୁତର ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବରଗଡ ଖେଦାପାଲିସ୍ଥିତ ଡାକ୍ତରଖାନାକୁ ପଠାଇଛନ୍ତି ।



