Thursday, January 23, 2025
spot_imgspot_imgspot_img
Homeରାଜ୍ୟହେସେଲପଟା ଏସଏସଡି ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟର ୧୪ତମ ବାର୍ଷିକ ଉତ୍ସବ ମହାସମାରୋହରେ  ଅନୁଷ୍ଠିତ I

ହେସେଲପଟା ଏସଏସଡି ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟର ୧୪ତମ ବାର୍ଷିକ ଉତ୍ସବ ମହାସମାରୋହରେ  ଅନୁଷ୍ଠିତ I

ରାଇରଙ୍ଗପୁର(ଶ୍ଯାମଳେନ୍ଦୁ ପରିଡା)-ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ହେସେଲପଟା ଏସଏସଡି ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟର ୧୪ତମ ବାର୍ଷିକ ଉତ୍ସବ ସଭାପତି ରାଇରଙ୍ଗପୁର ଆଇଟିଡିଏ ଏଡିଡ୍ବ୍ଲୁଓ ଜ୍ଞାନେନ୍ଦ୍ର ସାମଲଙ୍କ ଅଧ୍ଯକ୍ଷତାରେ ମହାସମାରୋହରେ  ଅନୁଷ୍ଠିତ ହୋଇଯାଇଛି I ସଭାପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ଶିକ୍ଷୟତ୍ରୀ ଶ୍ରୀମତୀ ମଧୁସ୍ମିତା ପାତ୍ର ଅତିଥିମାନଙ୍କ ପରିଚୟ ଦେବାକୁ ଯାଇ କହିଥିଲେ ଯେ, ଆଜିକାର ବର୍ଣ୍ଣାଢ୍ଯ ସମାବେଶରେ ମୁଖ୍ଯ ଅତିଥି ଭାବେ ଜାମଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ପଣ୍ଡା, ମୁଖ୍ଯ ବକ୍ତା ଭାବେ ଗୋରୁମହିଷାଣୀ କଲେଜର ଅଧ୍ଯାପକ ଡକ୍ଟର ଦିଗମ୍ବର ଗିରି,

ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ଯାଳୟର ଏଡିଡ୍ବ୍ଲୁଓ କମଳାକାନ୍ତ ସ୍ବାଇଁ, ଜାମଦା ବ୍ଲକ ଶିକ୍ଷା ଅଧିକାରୀ ସୁରେଶ ଚନ୍ଦ୍ର ମୁଣ୍ଡା, ଜାମଦା ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାଶ, ହେସେଲପଟା ଏସଏସଡି ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟର ପୂର୍ବତନ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ମହାପାତ୍ର, ବିଦ୍ଯାଳୟ ପରିଚାଳନା କମିଟୀର ସଭାପତି ଜରିଲାଲ ସୋରେନ ଓ ଆରାହକ ତଥା ହେସେଲପଟା ଏସଏସଡି ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୌରୀଶଙ୍କର ସା ପ୍ରମୁଖ ଯୋଗ ଦେଇଥିଲେ I ଏହାପରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା I

ତଦପରେ ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରିଥିଲେ I ବରିଷ୍ଠ ଶିକ୍ଷୟତ୍ରୀ ସରିତାରାଣୀ ହାଁସଦା ବାର୍ଷିକ ବିବରଣୀ ପାଠ କରିଥିଲେ I ସମ୍ମାନିତ ଅତିଥି ଏଡିଡ୍ବ୍ଲୁଓ କମଳାକାନ୍ତ ସ୍ବାଇଁ, ବିଇଓ ସୁରେଶ ଚନ୍ଦ୍ର ମୁଣ୍ଡା, ଜାମଦା ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାଶ, ପୂର୍ବତନ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ମହାପାତ୍ର, ବିଦ୍ଯାଳୟ ପରିଚାଳନା କମିଟୀ ସଭାପତି ଜରିଲାଲ ସୋରେନ ଓ ଆବାହକ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୌରୀଶଙ୍କର ସା ଛାତ୍ରୀମାନଙ୍କୁ ଶୃଙ୍ଖଳା, କର୍ତ୍ତବ୍ଯନିଷ୍ଠା, ନୈତିକତା, ଦାୟିତ୍ବବୋଧ ଓ ସମୟାନୁବର୍ତ୍ତୀତା ଉପରେ ସାରଗର୍ଭକ ବକ୍ତବ୍ଯ ପ୍ରଦାନ କରିଥିଲେ I ମୁଖ୍ଯ ଅତିଥି ଜାମଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ପଣ୍ଡା ବକ୍ତବ୍ଯ ଦେବାକୁ ଯାଇ କହିଥିଲେ ଯେ, ଶିକ୍ଷା ଏପରି ଏକ ଅସ୍ତ୍ର ଯଦ୍ବାରା ସବୁ ବାଧାବିଘ୍ନକୁ ପ୍ରତିହତ କରାଯାଇପାରେ I ଶିକ୍ଷା ଦ୍ବାରା ଆମେ ଅନ୍ଧକାରରୁ ଆଲୋକିତ ହୋଇ ସୁନାଗରିକ ହୋଇପାରିବା I

ମୁଖ୍ଯ ବକ୍ତା ଡକ୍ଟର ଦିଗମ୍ବର ଗିରି ଛାତ୍ରୀମାନଙ୍କୁ ସୁମଣିଷ ହେବା ପାଇଁ ଉପଦେଶ ଦେଇଥିଲେ I ସଭାପତି ରାଇରଙ୍ଗପୁର ଆଇଟିଡିଏ ଏଡିଡ୍ବ୍ଲୁଓ ଜ୍ଞାନେନ୍ଦ୍ର ସାମଲ ବିଦ୍ଯାଳୟର ବିଭିନ୍ନ ସମସ୍ଯା ମଧ୍ଯରେ ଛାତ୍ରାବାସ, ଶିକ୍ଷକଅଭାବ, ପୋଖରୀରେ ମାଛ ଚାଷ, ପାଣିସମସ୍ଯା ଓ ସୋଲାର ଇଲେକ୍ଟ୍ରିସିଟି ଉପରେ ଯଥାଶୀଘ୍ର ଦୁରୀଭୂତ କରିବା ପାଇଁ  ପ୍ରତିଶୃତି ଦେଇଥିଲେ I ଏହାପରେ ପୁରସ୍କାର ବିତରଣୀ ପର୍ବରେ  ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ନାଏକଙ୍କ ପରିଚାଳନାରେ  ବିଦ୍ଯାଳୟରେ ହୋଇଥିବା ବାର୍ଷିକ କ୍ରୀଡାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ କପ୍ ଦେଇ ପୁରସ୍କୃତ କରିଥିଲେ I ଏଥିସହିତ ଗତବର୍ଷ ହାଇସ୍କୁଲ ସାଟିପିକେର୍ଟ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ମନସ୍ମିତା ପାତ୍ର, ବିଦ୍ଯାଳୟ ସ୍ତରରେ ସୁଶିକ୍ଷକ ଭାବେ ଯୋଗେଶ୍ବର ନାଏକ, ସୁମାଟ୍ରନ ଭାବେ ହିରାମଣି ମୁର୍ମୁ, ସୁସିସିଏ ସିତାମଣି ସୋରେନ ଓ କ୍ରୀଡାରେ ଚମ୍ପିୟାନ ହୋଇଥିବା ନବମ ଶ୍ରେଣୀ ଛାତ୍ରୀ ଦୁଲାରୀ ହାଁସଦାଙ୍କୁ ସମ୍ମାନିତ କରାଯାଇଥିଲା I

ଶିକ୍ଷୟତ୍ରୀ ଶ୍ରୀମତୀ ମଧୁସ୍ମିତା ପାତ୍ର ସଭା ପରିଚାଳନା କରିଥିଲା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ସରିତାରାଣୀ ହାଁସଦା ଧନ୍ଯବାଦ ଅର୍ପଣ କରିଥିଲେ I ପରେ ପରେ ବିଦ୍ଯାଳୟର ଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା I ଉକ୍ତ ଭବ୍ଯ କାର୍ଯ୍ଯକ୍ରମରେ ବିଦ୍ଯାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ,  ଅଣଶିକ୍ଷକ ଓ କର୍ମଚାରୀ  ସହଯୋଗ କରିଥିଲେ I ଏଥିରେ ବିଦ୍ଯାଳୟର ସମସ୍ତ ଛାତ୍ରୀ, ଅବିଭାବକଅବିଭାବିକା ଓ ସ୍ଥାନୀୟ ଲୋକେ ବହୁ ସଂଖ୍ଯାରେ ଉପସ୍ଥିତ ରହିଥିଲେ I

error: Content is protected !!