
ପଦ୍ମପୁର – ହାତୀ ସୁରକ୍ଷା ତଥା ହାତୀ ଠାରୁ ଧନ ଜୀବନ ରକ୍ଷା ପାଇଁ ପ୍ରତି ବର୍ଷ ଭଲି ଚଳିତ ବର୍ଷ ମଧ୍ୟ ବରଗଡ ବନଖଣ୍ଡ ତରଫରୁ ପଦ୍ମପୁର ଠାରେ ଏକ ଦିବସୀୟ ଗଜସାଥି ତାଳିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ରେଂଜର ରମେଶ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଗଜସାଥି ତାଳିମ ଶିବିରରେ ମୁୁଖ୍ୟ ଅତିଥି ଭାବରେ ବରଗଡ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା,ସମ୍ମାନିତ ଅତିଥି ଭାବରେ ସହକାରୀ ବନ ସଂରକ୍ଷକ ଡ.ହରମୋହନ ରଥ,ବକ୍ତା ଭାବରେ ଅଂଚଳ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ପ୍ରମୋଦ ତ୍ରିପାଠୀ ଏବଂ ଜିଲ୍ଲା ପରିବେଶ ସୁରକ୍ଷା ମଂଚ ବରଗଡର ସମ୍ପାଦକ ମିନକେତନ ସାହୁ ପ୍ରମୁଖ ଯୋଗଦେଇ ପ୍ରାୟ ପଚାଶରୁ ଅଧିକ ଗଜସାଥି ମାନଙ୍କୁ ତାଳିମ ପ୍ରଦାନ କରିଥିଲେ । ପ୍ରତି ଗଜସାଥିଙ୍କୁ ପାଣି ବୋତଲ ଓ ଗୋଟିଏ ଗୋଟିଏ ଗଜସାଥି ୟୁନିଟକୁ ମେଗାଫୋନ,ଟର୍ଚ ଲାଇଟ ପ୍ରଦାନ କରାଗଲା । ପାଇକମାଲ ରେଂଜର ହୃଦାନନ୍ଦ ମିଶ୍ର ମଂଚ ପରିଚାଳନା କରିଥିବା ବେଳେ ସଭା ଶେଷରେ ଘେଁସ ରେଂଜର ବିଜୟଲକ୍ଷ୍ମୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।



