Saturday, March 7, 2026
Homeରାଜ୍ୟହାତିବନ୍ଧ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ଉତ୍ସବ ପାଳିତ ।

ହାତିବନ୍ଧ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ଉତ୍ସବ ପାଳିତ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ହାତିବନ୍ଧ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଅଛି। ରଜତ ଜୟନ୍ତୀ ଉତ୍ସବ ଉଦଯାପନୀ ସନ୍ଧ୍ୟା ରେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀ ଯୋଗ ଦେଇ ଏହି ଶିକ୍ଷା ଅନୁଷ୍ଠାନ ଅଞ୍ଚଳ ରେ ଶିକ୍ଷା, ଆଧ୍ୟାତ୍ମିକ, ଏବଂ ସଂସ୍କୃତି ର ବାର୍ତ୍ତା ବର୍ତ୍ତାବହ ରୂପେ ବହୁ ବିଦ୍ୟାର୍ଥୀଙ୍କୁ ଗଠନ କରି ଜଣେ ସଫଳ ନାଗରିକ ରୂପେ ଗଢି ତୋଲିଥିବା କହିଥିଲେ। ସମ୍ମାନିତ ଅତିଥି ରୂପେ ସମାଜ ସେବୀ ସୁବ୍ରତ ଠାକୁର, ସୁରେଶ୍ଵର ମେହେର, ହୁକୁମ ଚନ୍ଦ୍ର ଅଗ୍ରୱାଲ, ପ୍ରଧାନ ଆଚାର୍ଯ୍ୟ ଖଗେଶ୍ବର ଦାସ ପ୍ରମୁଖ ମଞ୍ଚଶିନ ହୋଇଥିଲେ।ରଜତ ଜୟନ୍ତୀ ଉପଲକ୍ଷେ ଏକ ସ୍ମରଣିକା ପୁସ୍ତକର ଅତିଥି ମାନେ ଉନ୍ମୋଚିତ କରିଥିଲେ।

error: Content is protected !!