Saturday, March 7, 2026
Homeଅଘଟଣସ୍ଵାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ସୁଧୁରି ନାହିଁ ରାସ୍ତା : ଖଟିଆରେ ବୁହା ହେଲେ...

ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ସୁଧୁରି ନାହିଁ ରାସ୍ତା : ଖଟିଆରେ ବୁହା ହେଲେ ରୋଗୀ ।

କୁଚିଣ୍ଡା-କାଦୁଅ ପଚପଚ ରାସ୍ତା ସାଙ୍ଗକୁ ନାଲା ପାରି ହୋଇପାରିଲା ନି ଆମ୍ବୁଲାନ୍ସ, ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ନିଆହେଲେ ରୋଗୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଜରାବଗା ଗ୍ରାମ ପଞ୍ଚାୟତ ରଙ୍ଗବତୀ ବିଲୁଙ୍ଗ ଗାଁ ର ନେଟିଡିହି ପଡାର ସୁରଜ କିଶାନ (୩୫) ଦୀର୍ଘ ସପ୍ତାହେ ହେବ ଦେହ ଖରାପ ଯୋଗୁଁ ଲଗାଣ ବର୍ଷା ଯୋଗୁଁ ଡାକ୍ତରଖାନା ଯାଇ ନ ପାରି ଘରେ ପଡିରହିଥିଲେ। ହେଲେ ଆଜି ୧୦୮ ଆମ୍ବୁଲାନ୍ସ ଖବର ଦେଇଥିଲେ ପରେ କେଶାଇବାହାଲ ଠାରୁ ଆମ୍ବୁଲାନ୍ସ ଆସିଲା କିନ୍ତୁ ପାରି ହେଇ ପାରିଲା ନାହିଁ ମନ୍ଦଳିଆ ନାଲା।

ନାଲା ଆରପଟେ ରହିଥିବା ବେଳେ, ରୋଗୀ କୁ ସମ୍ପର୍କୀୟ ଓ ପରିବାର ଲୋକେ ଏବଂ ଆମ୍ବୁଲାନ୍ସ କର୍ମଚାରୀ ଖଟରେ ବୋହି ନାଲା ପାରିକରି ଆମ୍ବୁଲାନ୍ସରେ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ନେଇଛନ୍ତି। ନାଲା ରେ ଦୀର୍ଘ ୨୦ ବର୍ଷ ପୂର୍ବରୁ ଇଟା ଖମ୍ବ ରହିଛି ପୋଲ ତିଆରି ପାଇଁ ହେଲେ ଆଜି ବି ଅବହେଳିତ ହୋଇ ପଡିରହି, ପଡାବାସୀ ଙ୍କ ଦୁଃଖ ବଢାଉଛି। ନାଲା ପାଶ୍ବରେ ରହଛି ନେଟିଡିହି, ଚକଲିଆପଡା, ବାଗମୁଣ୍ଡା ଆଦି ୩/୪ ଟି ପଡା ଯେଉଁଠି ରୁହନ୍ତି ହାରାହାରୀ ୫୦୦ ପରିବାର। ରାସ୍ତା ଓ ପୋଲ ନିର୍ମାଣ ପାଇଁ ଦାବୀ କରିଛନ୍ତି ପଡାବାସୀ।

error: Content is protected !!