ବରପାଲି-ବରପାଲି ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ୨୫ବର୍ଷ ପୂର୍ତ୍ତି ଅବସରରେ ଦ୍ବିଦିବସିୟ ରଜତ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ସମାରୋହର ଉଦ୍ଘାଟନୀ ଉତ୍ସବ ସହ ବିଦ୍ୟାଳୟ ପ୍ରତିଷ୍ଠାତା ସମାଜସେବୀ ଡ଼ା. ଧୀରେନ୍ଦ୍ର ନାଥ ମୁଣ୍ଡଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଉତ୍ସବ ପ୍ରାରମ୍ଭରୁ ଏକ କଳସ ଶୋଭାଯାତ୍ରା ବାହାରି ଶତାଧିକ ମହିଳାଙ୍କ ଗହଣରେ ପରିକ୍ରମା କରିଥିଲେ । ପରେ ସନ୍ଧ୍ୟା ସମୟରେ ପଦ୍ମ ଲୋଚନ ଦାଶ ଓ ସାଥୀଙ୍କ ଦ୍ୱାରା ଭଜନ ପ୍ରସ୍ତୁତି କରିଥିଲେ l ଉଦଯାପନୀ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବାଗ୍ମୀ ଡ. ମୃତ୍ୟୁଞ୍ଜୟ ରଥ ଯୋଗ ଦେଇଥିଲେ l

ସ୍ୱର୍ଗତ ମୁଣ୍ଡଙ୍କ ପୁତ୍ର ସନ୍ତୋଷ ମୁଣ୍ଡ, ଡ଼ା.ସୁବ୍ରତ ମୁଣ୍ଡ, ପୁତ୍ରବଧୂ ସୁନିତା ମୁଣ୍ଡ,ଭାଇ ଯତୀନ୍ଦ୍ର ମୁଣ୍ଡ , ପୁତୁରା ଶାନ୍ତନୁ ମୁଣ୍ଡ, ଜୋଇଁ ଡ଼ା.ଭାଗିରଥୀ ଯୋଷୀ ଓ ଡ଼ା. ବିହାରୀଲାଲ ପାଠୀ, ନାତି କୁଳଦୀପ ଆନନ୍ଦ ଏବଂ ପରିବାର ଜନ ଏବଂ ବରିଷ୍ଠ ବିଶିଷ୍ଠ ଭଦ୍ରମଣ୍ତଳିଙ୍କ ଗହଣରେ ଡା.ମୁଣ୍ତଙ୍କ ପ୍ରତିମୂର୍ତ୍ତି ଅନାବରଣ ହୋଇଥିଲା । ପରେ ଆକାଂକ୍ଷା ପଧାନଙ୍କ ସଂଯୋଜନାରେ ମନ୍ତ୍ରୋଚ୍ଚାରଣ, ଘଣ୍ଟ ,ଶଙ୍ଖ ହୁଳହୁଳି ମାଧ୍ଯମରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l ପରେ ଶ୍ରଦ୍ଧା ସୁମନ ଦୀପ ଓ କ୍ରୀତିକା ହୋତାଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ଡା. ସରୋଜ କୁମାର ସେଠ ଓ ସମ୍ବର୍ଦ୍ଧିତ ଅତିଥି ଡ଼ା.ସରୋଜିନୀ ମହାରଣା ତଥା ସମ୍ମାନିତ ଅତିଥି ଡ.ଘନଶ୍ୟାମ ପାଣିଗ୍ରାହୀ ଓ ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶିକା ସୁନିତା ମୁଣ୍ଡ ପ୍ରମୁଖ ମଞ୍ଚାସିନ ହୋଇଥିଲେ।

ଅତିଥି ମାନଙ୍କ ପରିଚୟ ପ୍ରଦାନ ପରେ ପରିଚାଳନା ନିର୍ଦ୍ଦେଶିକା ମୁଣ୍ଡ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଡ଼ା.ଘନଶ୍ୟାମ ପାଣିଗ୍ରାହୀଙ୍କ ସ୍ମୃତିଚାରଣ ପରେ ମୁଖ୍ୟଅତିଥି ଗୁରୁଶିଷ୍ୟ ପରମ୍ପରା ଉପରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥିଗଣ ପୂର୍ବରୁ ଅନୁଷ୍ଠିତ ବ୍ଲକସ୍ତରୀୟ ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଓ ସଂଗୀତ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ l ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶିକା ଡ଼ା ସରୋଜ କୁମାର ସେଠ ଓ ଡ଼ା.ସରୋଜିନୀ ମହାରଣାଙ୍କୁ ଡ଼ା. ଧୀରେନ୍ଦ୍ର ନାଥ ମୁଣ୍ଡ ସ୍ମୃତି ସମ୍ମାନରେ ସମ୍ମାନିତ କରିଥିଲେ । ଶ୍ରଦ୍ଧା ସୁମନଙ୍କ ଧନ୍ୟବାଦ ଅର୍ପଣ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟାରେ ପଦ୍ମନାଭ ଦାଶ ଓ ସାଥୀ ଭଜନ ପରିବେଷଣ କରିଥିଲେ ।

ଦ୍ୱିତୀୟ ଦିବସରେ ଅଧ୍ଯକ୍ଷା ମଧୁସ୍ମିତା ମୁଣ୍ଡଙ୍କ ସ୍ୱାଗତ ଅଭିଭାଷଣ ପରେ ପୁରୀ ଜିଲ୍ଲାର ବାମନାଲ ଉଚ୍ଚ ବିଦ୍ୟାଳୟg ପୁରୀର ପ୍ରଧାନାଚାର୍ଯ୍ୟ ତଥା ଘୋଷଯାତ୍ରାର ଉଦଘୋଷିକା ବିଜୟିନୀ ଶତପଥୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ସଂପର୍କରେ ବିଶଦ୍ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କ୍ରିତିକା ହୋତା ଓ ଶ୍ରଦ୍ଧା ସୁମନ ଦୀପ । ଶେଷରେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପଞ୍ଚକୁଣ୍ଡୀୟ ଶ୍ରୀମଦ ଭଗବତ ଗୀତା ଯଜ୍ଞର ଆୟୋଜନ କରାଯାଇଥିଲା ।

ଏଥିରେ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶିକା ସୁନିତା ମୁଣ୍ଡ ଓ ସଭାପତି ଡ଼ା. ସୁବ୍ରତ ମୁଣ୍ଡ କର୍ତ୍ତ୍ରୀ ଓ କର୍ତ୍ତାର ଦାୟିତ୍ଵ ନିର୍ବାହ କରିଥିଲେ। ମୁଖ୍ୟ ପଣ୍ଡିତ ଆଦିତ୍ଯ ପ୍ରସାଦ କରଙ୍କ ପୌରୋହିତ୍ୟରେ ସଦାନନ୍ଦ ଦାଶ, ଶରତ କୁମାର କର, ରମେଶ ପଣ୍ଡା, ନିରୋଜ କୁମାର କର, ଉଦ୍ଧବ ଚରଣ ଦେବତା ଆଦି ପଣ୍ଡିତଗଣ ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ l ଏମାନଙ୍କ ସହ ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ବରପାଲି ଓ ଡ଼ୁଙ୍ଗୁରିପାଲି ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତାଗଣ ସାହାଯ୍ୟ କରିଥିଲେ l


