Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତି‘ସ୍ବୟଂସିଦ୍ଧା’ ପୂଜା ବିଶେଷାଙ୍କ ଲୋକାର୍ପିତ ।

‘ସ୍ବୟଂସିଦ୍ଧା’ ପୂଜା ବିଶେଷାଙ୍କ ଲୋକାର୍ପିତ ।

ଭୁବନେଶ୍ବର-ଭୁବନେଶ୍ବର ଚନ୍ଦ୍ରଶେଖପୁର ହାଉର୍ସିଂ ବୋର୍ଡ କଲୋନୀସ୍ଥିତ ଶିରିଡ଼ି ସାଈ ମନ୍ଦିରରେ ‘ସ୍ବୟଂସିଦ୍ଧା ଫାଉଣ୍ଡେସନ୍’ ପକ୍ଷରୁ ପ୍ରକାଶିତ ସାହିତ୍ୟ ପତ୍ରିକା ‘ସ୍ବୟଂସିଦ୍ଧା’ର ପୂଜା ସଂଖ୍ୟା ଲୋକାର୍ପିତ ହୋଇଯାଇଛି। ସାଈ ବାବାଙ୍କଠାରେ ପୂଜାର୍ଚ୍ଚନା ପରେ ବିଶିଷ୍ଟ କଥାଶିଳ୍ପୀ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ‘ସ୍ବୟଂସିଦ୍ଧା’ ପୂଜା ସଂଖ୍ୟା -୨୦୨୫କୁ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ନମିତା ପାଇକରାୟ, ବିଶ୍ବରଞ୍ଜନ ପାଇକରାୟ, ‘ସ୍ବୟଂସିଦ୍ଧା’ର ସଂପାଦକ ଡକ୍ଟର ସୁଶୀଳ କୁମାର ବାଗ୍, ଲେଖିକା କ୍ଷୀରୋଦିନୀ ବେହେରା, ଅଧ୍ୟାପକ ଡକ୍ଟର ସତ୍ୟଜିତ ଦାସ, ସଂପାଦନା ସହଯୋଗୀ ଜିତୁ ପ୍ରଧାନ, ‘ସ୍ବୟଂସିଦ୍ଧା’ର ଟ୍ରଷ୍ଟି ମଧୁସ୍ମିତା ବାଗ୍ ପ୍ରମୁଖ ଉପସ୍ଥିତ ଥିଲେ। ଏ ଅବସରରେ ପ୍ରଚ୍ଛଦପଟ ଶିଳ୍ପୀ ଉଦୟ ନାରାୟଣ ଚଇନିଙ୍କୁ ଉପାୟନ, ଉପହାର ଓ ପୁଷ୍ପଗୁଚ୍ଛ ଦେଇ ଶ୍ରୀଯୁକ୍ତ ଧଳ ମହାପାତ୍ର ସମ୍ମାନିତ କରିଥିଲେ। ‘ସ୍ବୟଂସିଦ୍ଧା’ର ଏହି ସଂଖ୍ୟାରେ ଓଡ଼ିଶାର ବହୁ ପ୍ରବୀଣ, ଯୁବ ଲେଖକ,ଲେଖିକାଙ୍କ କବିତା,ଗପ, ପ୍ରବନ୍ଧ, ଶିଶୁ ସାହିତ୍ୟ, ଅନୁବାଦ, ସାକ୍ଷାତକାର ଆଦି ପ୍ରକାଶ ପାଇଛି।

error: Content is protected !!