ବରପାଲି-ବରପାଲି ମହାବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡ଼ା ଦିବସ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ହକି ଖେଳାଳୀ ମେଜର ଧ୍ୟାନଚନ୍ଦ୍ର ସିଂହଙ୍କ ସ୍ମୁତିରେ ଦଉଡ଼ି ଟଣା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଜାତୀୟସ୍ତରୀୟ କ୍ରୀଡାବିତ୍ ଚତୁର୍ଭୁଜ ସା ଯୋଗ ଦେଇଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ମହାବିଦ୍ୟାଳୟ କ୍ରୀଡ଼ା ସଂସଦ ସଭ୍ୟସଭ୍ୟା, ଉପସଭାପତି ଅଧ୍ୟାପକ ଅଲେଖ ମହାନନ୍ଦ,ଗଙ୍ଗାଧର ମେହେର,ଉତ୍ତର କୁମାର ଗଡତିଆ, ଅରୁଣ କୁମାର ବାରିକ, ଡ. ପ୍ରହଲ୍ଲାଦ ଦେବତା, ଅଞ୍ଜନା ଭୋଇ ତଥା ଅନ୍ୟାନ୍ୟ ଅଧ୍ୟାପକ- ଅଧ୍ୟାପିକା ମାନେ ଅତିଥି ଭାବରେ ଉପସ୍ଥିତ ରହିଥିଲେ। ପରେ ପ୍ରତିଯୋଗିତା ପ୍ରାରମ୍ଭରେ ସ୍ବାଧିନତା ସଂଗ୍ରାମୀ ମାନଙ୍କ ସ୍ମୃତିରେ ଛାତ୍ର-ଛାତ୍ରୀ ମାନଙ୍କୁ ନେଇ ଆଠଗୋଟି ଦଳରେ ବିଭକ୍ତ କରାଯାଇଥିଲା।
ପ୍ରତି ଦଳକୁ ସ୍ଵାଧୀନତା ସଂଗ୍ରାମୀଙ୍କ ନାମରେ ଗଠିତ ଦଳ ମଧ୍ଯରେ ଭାଗୀରଥି ପଟ୍ଟନାୟକ ଦଳ,ବୀର ସୁରେନ୍ଦ୍ର ସାଏ ଦଳ, ପ୍ରଫୁଲ୍ଲ ପଟ୍ଟନାୟକ ଦଳ, ତୁଳସୀରାମ ଗିରି ଦଳ, ଜମ୍ବୁବତୀ ପଟ୍ଟନାୟକ ଦଳ, ପାର୍ବତୀ ଗିରି ଦଳ, ପ୍ରଭାବତୀ ଦେବୀ ଦଳ ଓ ରମାଦେବୀ ଦଳ ଭାବେ ନାମିତ କରାଯାଇଥିଲା । ଛାତ୍ର ମାନଙ୍କଦଳ ଭାଗୀରଥି ପଟ୍ଟନାୟକ ଦଳ ବିଜେତା ହୋଇଥିବା ବେଳେ ବୀର ସୁରେନ୍ଦ୍ର ସାଏ ଦଳ ରନର୍ସ ଅଫ୍ ହୋଇଥିଲା । ଠିକ୍ ସେହିପରି ଛାତ୍ରୀ ଦଳ ମଧ୍ୟରେ ଜମ୍ବୁବତୀ ପଟ୍ଟନାୟକ ଦଳ ବିଜୟୀ ହୋଇଥିବା ବେଳେ ରମାଦେବୀ ଦଳ ରନର୍ସ ଅଫ୍ ହୋଇଥିଲେ । ଶେଷରେ ଅଧ୍ୟାପକ ବିଶ୍ଵନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।