Thursday, February 13, 2025
spot_imgspot_imgspot_img
Homeରାଜ୍ୟସ୍ବର୍ଗତ ତେଜରାଜ ସୁନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ।

ସ୍ବର୍ଗତ ତେଜରାଜ ସୁନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ।

ପଦ୍ମପୁର-ସ୍ବର୍ଗତ ତେଜରାଜ ସୁନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ହୋଇଯାଇଛି। ସ୍ୱର୍ଗତ ତେଜରାଜ ସୁନା ସ୍ମୃତି ପରିଷଦର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ସତ୍ୟାନନ୍ଦ ପଧାନଙ୍କ ସଭାପତିତ୍ବରେ କ୍ଷୀରସିନ୍ଧୁ ସୁନା ଉଦ୍ଦେଶ୍ୟ ଜ୍ଞାପନ ସହ ସ୍ବାଗତ ସମ୍ଭାଷଣ କରିଥିଲେ। ସେବା ନିବୃତ ପ୍ରଧାନ ଶିକ୍ଷକ ,ଶ୍ରୀଯୁକ୍ତ ଭଗବାନ ପାଣିଗ୍ରାହୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ସଦାନନ୍ଦ ମହାନନ୍ଦ,ବଳଦେବ ସୁନା,ଧନ ବେହେରା, ମୀନକେତନ ସାହୁ, ସରୋଜ କୁମ୍ଭାର , ଡମ୍ବରୁଧର ରଣା, ଯୁଧିଷ୍ଠିର ଦାଶ,କିଶୋରସାହୁ, ଜଗନ୍ନାଥ ଲୁହାର, ଗୋବର୍ଦ୍ଧନ ହାତୀ, ପ୍ରଦୀପ ମହାନନ୍ଦ ,ଆଦି ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗତ ସୁନାଙ୍କ ସ୍ମୃତି ଚାରଣ କରିଥିଲେ।

ସ୍ମୃତି ପରିଷଦ ତରଫରୁ ବ୍ଳକ୍ ସ୍ତରୀୟ ମେଧା ସମ୍ମାନରେ ସୁଶ୍ରୀ ରାଶି ତିୱାରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ସୋହେଲା, ବ୍ଳକ୍ ହରିଜନ ବର୍ଗରେ ଅନୀଳ ରୋହିଦାସ,ଗ୍ରୀଞ୍ଜାଲ ହାଇସ୍କୁଲ, ପଞ୍ଚାୟତ ସ୍ତରୀୟ ମେଧାବୃତ୍ତି ଟିକେଶ୍ଵର ବିଶ୍ଵାଳ,କନାପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଗ୍ରାମର ମୀନାକ୍ଷୀ ସୁନା,ସାଧୁପାଲି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଶେଷରେ ଶ୍ରୀଯୁକ୍ତ ସୁନାଙ୍କ ସୁପୁତ୍ର ଦାମୋଦର ସୁନା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜଗଦୀଶ ବୌଦ୍ଧ ଓ ଗୋଲାପ ପାଇକ ପରିଚାଳନା କରିଥିଲେ। ପରିବାରର ଡିଲେଶ୍ଵର, ଯଦୁମଣି, ଦାମୋଦର,ଭାରତୀ, ପ୍ରିୟମ୍ବଦା,କମଳ ସମେତ ସମସ୍ତ ପରିବାର ସ୍ମୃତି ଚାରଣ କରିଥିଲେ।

error: Content is protected !!