Saturday, March 7, 2026
Homeରାଜ୍ୟସ୍ବର୍ଗତା ଚାରୁଶିଳା ଆଚାର୍ଯ୍ୟ ସ୍ମୃତିରେ ବୃକ୍ଷରୋପଣ।

ସ୍ବର୍ଗତା ଚାରୁଶିଳା ଆଚାର୍ଯ୍ୟ ସ୍ମୃତିରେ ବୃକ୍ଷରୋପଣ।

ବରଗଡ଼-ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ବରଗଡ଼ ବାସିନ୍ଦା ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ସ୍ବର୍ଗତ ଚାରୁଶିଳା ପରଲୋକରେ ରବିବାର ଶ୍ରାଦ୍ଧକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ବରଗଡ଼ ସ୍ଵୟଂ ସିଦ୍ଧା ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବରିଷ୍ଠ ନେତା,ମନ୍ତ୍ରୀ,ବିଧାୟକ,ସାମ୍ବାଦିକ, ସାଧାରଣ ଜନତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାସୁମନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏ ପରିପେକ୍ଷିରେ ପାଇକମାଳ ନୃସିଂହନାଥ ସ୍ଥିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ସ୍ବର୍ଗତ ଚାରୁଶିଳା ଆଚାର୍ଯ୍ୟଙ୍କ ସ୍ମୃତିରେ ଏକ ଅଶୋକ ବୃକ୍ଷ ରୋପଣ କରିବାକୁ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ପଣ କରାଯାଇଥିଲା।

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ଦୁର୍ଯୋଧନ ପୁଟାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରକୃତି ବନ୍ଧୁ ବଡ଼ ଶତପଥି,ପୂର୍ବତନ ଆବାହକ ତଥା ପ୍ରକୃତିବନ୍ଧୁ ଶ୍ରୀ ଧିରେନ ମହାନ୍ତି,ସାମ୍ବାଦିକ କୁଞ୍ଜ ବିହାରୀ ସାହୁ ଓ ମାନସ ନାୟକ,ବାପି ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

error: Content is protected !!